ଭୟଙ୍କର ସଡ଼କ ଦୁର୍ଘଟଣା! ୨ ମୃତ, ୫ ଆହତ
ଭୁବନେଶ୍ୱର, ୧୫ | ୫ : ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍ ଓ କାର ମଧ୍ୟରେ ମୁହମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। କାରରେ ମୋଟ ୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ | ଚନ୍ଦକା ଅଞ୍ଚଳର ଭୋଳାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗ୍ୟାସ କଟରରେ କାଟି ଗାଡ଼ିରୁ ଅଗ୍ନିଶମ ବାହିନୀ ଆହତଙ୍କୁ ଉଦ୍ଧାର କରିଛି | ସମସ୍ତ ଆହତ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

