Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ ଭଉଣୀ ର ଶାଶୁଘରେ ସାନ ଭଉଣୀ କୁ ନିର୍ମମ ହତ୍ୟା

ଅସ୍ତରଙ୍ଗ, ବଡ଼ ଭଉଣୀ ଙ୍କ ଶାଶୂଘର ତଥା ଭିଣୋଇ ଘରେ ଶାଳୀ କୁ ନିର୍ମମ ଭାବେ ହତ୍ୟା ଘଟଣା ଭଳି ଏକ ଜଘନ୍ୟ ଅପରାଧ ଶନିବାର ଦିନ ସକାଳୁ ସକାଳୁ ଦେଖିବାକୁ ମିଳିଛି କାକଟପୁର ଥାନା ଅଧୀନ ଶଙ୍କରେଶ୍ୱର ମହାଦେବ ଙ୍କ ନିକଟ ଏକ ସ୍ତାନରେ l
ଏଠାରେ ପ୍ରକାଶ ଯୋଗ୍ୟ ଜେ, ଅସ୍ତରଙ୍ଗ ଥାନା ଅଧୀନ ବେଗୁନିଆଁ ବସ୍ତ ଗ୍ରାମର ସ୍ମୃତି ରଞ୍ଜନ ସ୍ୱାଇଁ ତାଙ୍କର କାକଟପୁର କୋଣାର୍କ ରାସ୍ତା ର ଶଙ୍କରେଶ୍ୱର ମହାଦେବ ନିକଟ ମାମୁଁ ଘରେ ରହି ଆସୁଥିଲେ l ହେଲେ କିଛି ଦିନ ତଳେ ସ୍ମୃତି ଙ୍କ ମାମୁଁ ଅଲେଖ ମଲ୍ଲିକ ଙ୍କ କଣ ଅସୁବିଧା ହେବାରୁ ଭଣଜା କୁ ତାଙ୍କ ବେଗୁନିଆ ବସ୍ତ ଘରକୁ ପଠାଇ ଦେଇ ଥିଲେ l ସେହି ଦିନ ଠାରୁ ଭଣଜା ମାମୁଁ ଘର ଉପରେ ଅସନ୍ତୁଷ୍ଟ ଥିଲା ବୋଲି ଶୁଣିବାକୁ ମିଳୁଛି l ହେଲେ, ଶୁକ୍ରବାର ଦିନ ରାତ୍ରିରେ ସମସ୍ତେ ନିଘୋଡ଼ ନିଦରେ ଶୋଇ ପଡ଼ିଥିବା ବେଳେ, କେହିଜଣେ ଅଲେଖ ଙ୍କ କବାଟ ବାଡୋଇ ଥିଲା l ଅଲେଖ ଙ୍କ ପୁଅ କବାଟ ଖୋଲିବାରୁ ଆସାମୀ ଜୋର ଜବରଦସ୍ତ ଘରେ ପଶି,ଅସିଜଙ୍ଗା ଗ୍ରାମ ର ଯୁବତୀ ଲିଲିପ୍ରିୟା ଙ୍କ ଉପରେ ବିଭିର୍ଣ୍ଣ ଜାଗାରେ ଧାରୁଆ ଜିନିଷ ରେ ଆକ୍ରମଣ କରି ହତ୍ୟା କରି ଥିଲା l ପରିବାର ଲୋକ ଉଠି ଦେଖିଲେ ଜେ, ଅବିବାହିତ ଯୁବତୀ ଯେକି ଅଲେଖ ଙ୍କ ଶାଳୀ ଙ୍କ ମୃତ ଦେହ ଭୂମି ରେ ଲୋଟି ପଡିଛି l ସାଥି ସାଥି କାକଟପୁର ପୋଲିସି କୁ ଖବର ଦେବା ପରେ ପୋଲିସ ପହଞ୍ଚି ମୃତକ ଲିଲି ପ୍ରିୟା ଙ୍କ ମୃତ ଶରୀର ଜବତ କରିବା ସହ, ଭଣଜା ର ଅଚେତ ଶରୀର ଅଲେଖ ଙ୍କ ଘର ଠାରୁ ୫୦ ମିଟର ଦୂରରେ ଥୀବା ଏକ କେନାଲ ରୁ ଅଚେତ ଅବସ୍ଥା ରେ ଉଦ୍ଧାର କରିଛି l ମୃତକ ଙ୍କ ମା ଲତା ବେହେରା ଝିଅର ମୃତ୍ୟୁ ସ୍ରମ୍ପର୍କ ରେ କାକଟପୁର ଥାନାରେ ଅଭିଯୋଗ କଲା ପରେ କାକଟପୁର ପୋଲିସ ଓ ନିମାପଡା ଏସ ଡି, ପି, ଓ,, ଘଟଣା ସ୍ତଳରେ ପହଂଚି ତଦନ୍ତ ଜାରି ରଖିବା ସହ, ହତ୍ୟାର କାରଣ ଅସ୍ପଷ୍ଟ ରହିଅଛି l ସେପଟେ ଭଣଜା କୁ ପୋଲିସ ଅଟକ ରଖି ବାଙ୍ଗୁରିଗୁଆଁ ସ୍ୱାସ୍ଥ କେନ୍ଦ୍ର ରେ ତାର ଚିକିତ୍ସା କରିଥିବା ଜଣା ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ