କକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ବ୍ୟାନ
ନିକଟରେ ଲଞ୍ଚ ହୋଇଥିବା ଏକ ବ୍ୟଙ୍ଗାତ୍ମକ ୱେବସାଇଟ୍ ‘କକ୍ରୋଚ୍ ଜନତା ପାର୍ଟି’ର ଇନଷ୍ଟାଗ୍ରାମରେ ୧ କୋଟିରୁ ଅଧିକ ଫଲୋଅର୍ସ ହୋଇଛନ୍ତି ଯାହା ଦେଶର ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି)ର ଫଲୋଅର୍ସର ସଂଖ୍ୟାକୁ ପଛରେ ପକାଇ ଦେଇଛି |
ମାତ୍ର ଏବେ ପାର୍ଟିର ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ ହୋଇଛି । ହେଲେ ଏବେ ବି ଏହାର ଇନଷ୍ଟାଗ୍ରାମ ପେଜ ଦେଖିବାକୁ ମିଳୁଥିବା କୁହାଯାଉଛି । ଏହା ପୂର୍ବରୁ କକରୋଚ ଜନତା ପାର୍ଟିର ପେଜ ଗୁରୁବାର ହିଁ ଫଲୋଅର୍ସ ମାମଲାରେ ବିଜେପିକୁ ପଛରେ ପକାଇଥିଲା ।
ଏକ୍ସ ଆକାଉଣ୍ଟ ବନ୍ଦ ହେବାରୁ ଏହାର ଫାଉଣ୍ଡର ଅଭିଜିତ ଦୀପକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଯାହାକୁ ନେଇ ଡର ଥିଲା, ତାହା ହିଁ ହୋଇଛି । ତାଙ୍କ ପେଜକୁ ବ୍ୟାନ କରାଯାଇଛି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସେ ଏହାର ସୂଚନା ଦେଇଛନ୍ତି । ପ୍ରଥମେ ସେମାନେ ମୋ ଆକାଉଣ୍ଟକୁ ବ୍ୟାନ କରିବାକୁ ଚେଷ୍ଟା କରିଥିଲେ । ନ ପାରିବାରୁ ଏବେ ଏହି ପେଜକୁ ବ୍ୟାନ କରିଛନ୍ତି ।

