Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CBSE ପୋର୍ଟାଲରେ ବଡ଼ ତ୍ରୁଟି! ଖାତା ପୁନଃ ମୂଲ୍ୟାୟନ ପାଇଁ ଚାହୁଁଛି ୬୯ ହଜାର ଟଙ୍କା

ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପରେ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। ସିବିଏସଇର ଅନଲାଇନ୍ ପୋର୍ଟାଲରେ ପୁନଃ ମୂଲ୍ୟାୟନ ଶୁଳ୍କ ନେଇ ବଡ଼ ଧରଣର ବିଭ୍ରାନ୍ତି ସୃଷ୍ଟି ହୋଇଛି। କେତେକ ଛାତ୍ରଛାତ୍ରୀଙ୍କୁ ପ୍ରତି ପେପର ପିଛା ୬୯ ହଜାର ଟଙ୍କା ଜମା କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଅନ୍ୟ କେତେକଙ୍କୁ ୧ ଟଙ୍କାରୁ ଆରମ୍ଭ କରି ୮ ହଜାର ଟଙ୍କା ପର୍ଯ୍ୟନ୍ତ ରାଶି ଦେଖାଯାଇଛି।

ଏହି ତ୍ରୁଟିକୁ ନେଇ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ ସ୍କ୍ରିନସଟ୍ ଶେୟାର କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ଛାତ୍ର ଚାରିଟି ବିଷୟର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବା ସମୟରେ ପୋର୍ଟାଲରେ ମୋଟ ୨.୮ ଲକ୍ଷ ଟଙ୍କା ଦେୟ ଦର୍ଶାଯାଇଥିଲା। ଅନ୍ୟପଟେ କେତେକ ଛାତ୍ରଙ୍କୁ ୧୬ ହଜାର ଓ ୨୪ ହଜାର ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେଖାଯାଇଥିବାରୁ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ଅସଙ୍ଗତ ତଥ୍ୟ ଯୋଗୁଁ ପୋର୍ଟାଲକୁ ନେଇ ପ୍ରଶ୍ନ ଉଠିଛି।

ଘଟଣାକୁ ନେଇ ସିବିଏସଇ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପୋର୍ଟାଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଖାଯାଉଛି। ଏହି ତ୍ରୁଟିକୁ ଶୀଘ୍ର ସଂଶୋଧନ କରାଯିବ ଏବଂ ତାହା ପରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି। ସେହିପରି ଅନେକ ସମୟରେ ପୋର୍ଟାଲ ଖୋଲୁନଥିବା ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ