Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବାଶିଷ ସାମନ୍ତରାୟଙ୍କ ବଡ଼ ନିଷ୍ପତ୍ତି! ବିଜେଡି ଛାଡ଼ି ଆଜି ବିଜେପିରେ ଯୋଗଦାନ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ବିଜେଡିକୁ ବଡ଼ ଝଟକା ଦେଇ ସେ ସୋମବାର ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଘଟଣା ରାଜ୍ୟର ରାଜନୈତିକ ମହଳରେ ହଲଚଲ ସୃଷ୍ଟି କରିଛି।

ସୂତ୍ର ଅନୁସାରେ, ଦେବାଶିଷ ସାମନ୍ତରାୟଙ୍କ ସହ କଟକର ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇପାରନ୍ତି। ଏହି ଯୋଗଦାନ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ, ଦେବାଶିଷ ସାମନ୍ତରାୟ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭେଟି ଚୂଡ଼ାନ୍ତ ଆଲୋଚନା କରିଥିଲେ। ତାଙ୍କ ଯୋଗଦାନ ପରେ ରାଜ୍ୟସଭାରେ ବିଜେଡିର ସଂଖ୍ୟାବଳ ୫କୁ ଖସିଆସିବ ବୋଲି କୁହାଯାଉଛି।

ରାଜନୈତିକ ମହଳରେ ଆଉ ଏକ ଚର୍ଚ୍ଚା ହେଉଛି ଯେ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ପରି ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ ୨୦୩୦ ପର୍ଯ୍ୟନ୍ତ ପୁନର୍ବାର ରାଜ୍ୟସଭାକୁ ପଠାଯାଇପାରେ। ଏହି ଘଟଣାକୁ ବିଜେଡି ପାଇଁ ଏକ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ