Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହାଣୀ କାନ୍ଦୁଛି ଆଖି ଲୁଚେଇଁ ନାଟକ ମଂଚସ୍ଥ, ଅଭିନୟ ର ଯାଦୁ ରେ ଦର୍ଶକ ମସଗୁଲ।

କଳାହାଣ୍ଡି,୨୫/୦୫
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ଗ୍ରାମ ର ଉଦୟମାନ ଯୁବକ ସଙ୍ଘ ପକ୍ଷରୁ ପୂର୍ବରୁ ଜାରି ରହିଥିବା ପରମ୍ପରା,କଲା ଓ କଳାକାର ଙ୍କୁ ସମ୍ମାନ ଦେବାପାଇଁ ସ୍ବର୍ଗତ କଳାକାର ଗିରିଧାରୀ ସେଠି ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ନାଟକ କାହାଣୀ କାନ୍ଦୁଛି ଆଖି ଲୁଚେଇଁ ମଂଚସ୍ଥ ହୋଇଯାଇଛି।ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମ ର ଯୁବ ନିର୍ଦେଶକ ଆଦିତ୍ୟ କୁମାର ପଣ୍ଡା ଙ୍କ ବଳିଷ୍ଠ ନିର୍ଦେଶନା ଓ ସାମ୍ପ୍ରତିକ ଜୀବନ ର ପାରିବାରିକ କାହାଣୀ କୁ ନେଇ ଅଭିନୀତ ଏହି ନାଟକ ରେ ଅଭିନେତା ଅଭିନେତ୍ରୀ ଙ୍କ ଜୀବନ୍ତ ଅଭିନୟ ହଜାର ହଜାର ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।ଏହି ଅବସରରେ ସ୍ବର୍ଗତ କଳାକାର ଗିରିଧାରୀ ସେଠି ଙ୍କ ଧର୍ମପତ୍ନୀ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ନାଟ୍ୟ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ନାଟକ ର ବିଭିନ୍ନ ଚରିତ୍ର ଅଭିନେତା ଭୂମିକା ରେ ମନୋଜ କୁମାର ପାତ୍ର, ଚିତ୍ତରଞ୍ଜନ ସାହୁ, ଆର୍ତ୍ତତ୍ରଣ ବେହେରା,ସତ୍ୟ ନାରାୟଣ ସାହୁ, ଆଲୋକ ପଣ୍ଡା, ଅନନ୍ତ ପଟ୍ଟନାୟକ, ସୁଶାନ୍ତ କୁମାର ନାଏକ, ମାନସ ସାହୁ, ଆଦିତ୍ୟ ପଟ୍ଟନାୟକ, ଗୌରୀ ଶଙ୍କର ମାଝୀ, ଦୁଷ୍ମନ୍ତ ସାହୁ ଶିଶୁ କଳାକାର ଭାବେ ସିଦ୍ଧି ସାହୁ ଓ ପ୍ରୟାସ ସାହୁ ନିଖୁଣ ଅଭିନୟ କରିଥିଲେ। ଟୁନାମ୍ବର ରାଉତ ଓ ଶଙ୍କର ଆଚାରି ଙ୍କ ସୁମଧୁର କଣ୍ଠ ରେ ପରିବେଷିତ ସଙ୍ଗୀତ ନାଟକ କୁ ଆହୁରି ଜୀବନ୍ତ କରି ତୋଳିଥିଲା ।ନାଟକ ର ସଫଳ ରୂପାୟନ ଓ ଆୟୋଜନ ପାଇଁ ନିର୍ଦେଶକ ଆଦିତ୍ୟ କୁମାର ପଣ୍ଡା ଓ ମଦନ ମୋହନ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାନେର ଗ୍ରାମ ର ଯୁବକ ସଙ୍ଘ ର କଳା ଓ କଳାକାର ଙ୍କ ପାଇଁ ଥିବା ପରମ୍ପରା ଏମିତି ଉଜ୍ଜୀବିତ ହୋଇ ରହିଥାଉ ବୋଳି ସ୍ଥାନୀୟ ଅଞ୍ଚଳ କଲା କୁ ଭଲ ପାଉଥିବା ଜନସାଧାରଣ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ