Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରୀଷ୍ମପ୍ରବାହର ଭୟଙ୍କର ରୂପ ‘ୱେଟ୍-ବଲ୍ବ’ ବିପଦ ସୀମାରେ ଭାରତ! ୨ ଘଣ୍ଟାରୁ ଅଧିକ ବଞ୍ଚିବା କଷ୍ଟକର ବୋଲି ଚେତାବନୀ

ଭାରତରେ ବଢୁଥିବା ଗ୍ରୀଷ୍ମପ୍ରବାହ ଏବେ ଭୟଙ୍କର ରୂପ ନେଇଛି। କେବଳ ଅଧିକ ତାପମାତ୍ରା ନୁହେଁ, ବରଂ ବାୟୁରେ ବଢୁଥିବା ଆଦ୍ରତା ମଣିଷ ପାଇଁ ମାରାତ୍ମକ ସ୍ଥିତି ସୃଷ୍ଟି କରୁଛି। ବୈଜ୍ଞାନିକମାନେ ଚେତାବନୀ ଦେଇ କହିଛନ୍ତି ଯେ, ଦେଶର କିଛି ଅଞ୍ଚଳ ‘ୱେଟ୍-ବଲ୍ବ ତାପମାତ୍ରା’ର ବିପଜ୍ଜନକ ସୀମାକୁ ଛୁଇଁବାକୁ ଯାଉଛି। ଏଭଳି ସ୍ଥିତିରେ ଖୋଲା ଆକାଶ ତଳେ ମଣିଷ ଦୁଇ ଘଣ୍ଟାରୁ ଅଧିକ ସମୟ ବଞ୍ଚି ରହିବା ଅସମ୍ଭବ ହୋଇପାରେ।

‘ୱେଟ୍-ବଲ୍ବ ତାପମାତ୍ରା’ ବୋଲି କୁହାଯାଏ ବାୟୁର ଉତ୍ତାପ ଓ ଆଦ୍ରତାକୁ ମିଶାଇ ମାପାଯାଇଥିବା ତାପମାତ୍ରାକୁ। ସାଧାରଣତଃ ଝାଳ ଶୁଖି ଶରୀରକୁ ଥଣ୍ଡା କରେ, କିନ୍ତୁ ବାୟୁରେ ଆଦ୍ରତା ବେଶି ଥିଲେ ଝାଳ ଶୁଖେ ନାହିଁ। ଏହା ଫଳରେ ଶରୀରର ଭିତର ତାପମାତ୍ରା ନିୟନ୍ତ୍ରଣ ହାରାଇଥାଏ। ବୈଜ୍ଞାନିକମାନଙ୍କ ମତରେ ୩୫ ଡିଗ୍ରୀ ୱେଟ୍-ବଲ୍ବ ତାପମାତ୍ରା ମଣିଷ ପାଇଁ ଜୀବନଘାତୀ ହୋଇପାରେ। ଏପରିକି ୩୧-୩୨ ଡିଗ୍ରୀରେ ମଧ୍ୟ ସୁସ୍ଥ ଯୁବକମାନେ ଅସହ୍ୟ ଗରମ ଅନୁଭବ କରୁଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ମୁମ୍ବାଇ, ଚେନ୍ନାଇ ଓ ଓଡ଼ିଶା ଭଳି ଉପକୂଳ ଅଞ୍ଚଳରେ ଏହି ବିପଦ ଅଧିକ। ସମୁଦ୍ର ଯୋଗୁଁ ବାୟୁରେ ଆଦ୍ରତା ବଢୁଥିବାରୁ ଗରମ ଅଧିକ ଅସହ୍ୟ ହେଉଛି। ପର୍ତ୍ତୁଗାଲର ଜଳବାୟୁ ବିଶ୍ଳେଷଜ୍ଞ ବ୍ରୁନୋ ବ୍ରେଜେନସ୍କି ଚେତାବନୀ ଦେଇ କହିଛନ୍ତି ଯେ, କିଛି ସ୍ଥାନରେ “ଅନୁଭୂତ ତାପମାତ୍ରା” ୫୫ ଡିଗ୍ରୀ ପାଖାପାଖି ପହଞ୍ଚୁଥିବାରୁ ଏହା ମଣିଷ ପାଇଁ ଅତ୍ୟନ୍ତ ବିପଦଜନକ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ଦିନରେ ଏଭଳି ସ୍ଥିତି ଆହୁରି ବଢିପାରେ ବୋଲି ସେମାନେ ଆଶଙ୍କା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ