Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍‌ଏଚ୍‌ ୪୯ ଗୋବିନ୍ଦପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଭୟାବହ ଦୁର୍ଘଟଣା ଜେସିବିକୁ ଧକ୍କା ମାରି ବାଇକରେ ଥିବା ଦୁଇ ଯୁବକ ଗୁରୁତର

ଝାରସୁଗୁଡ଼ା ୨୭/୫ (ଓଡ଼ିଶା ନ୍ୟୁଜ୍): ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଗତକାଲି ରାତି ପ୍ରାୟ ସାଢେ ଆଠଟା ସମୟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଜେସିବି ଗାଡ଼ିକୁ ଧକ୍କା ମାରି ବାଇକରେ ଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ଆହତ ଦୁଇ ଯୁବକ ମାନେ ହେଲେ ସ୍ଥାନୀୟ ଗୋବିନ୍ଦପୁର ଗାଁର ବଣ୍ଟି ବିଶ୍ୱାଳ (୨୬) ଓ ଦୟାନିଧି ନାଏକ (୪୧)।
ସୂଚନା ଅନୁଯାୟୀ, ଉଭୟେ ଓଡି-୨୩-ଏଚ-୩୬୯୮ ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ କଦମଡିହିକୁ କୌଣସି କାମରେ ଯାଇ ଘରକୁ ଫେରୁଥିଲେ । ଏହି ସମୟରେ ଗୋବିନ୍ଦପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ଏକ ମାଟି କୋଡ଼ା ଜେସିବି ଗାଡ଼ିକୁ ବାଇକଟି ଧକ୍କା ମାରିଥିଲା। ଫଳରେ ବଣ୍ଟି ବିଶ୍ୱାଳଙ୍କ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ଅନ୍ତଃବୁଜୁଳି ବାହାରକୁ ବାହାରି ପଡ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଦୟାନିଧି ନାଏକଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଣ୍ଟିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବରଗଡ଼ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଉଥିବା ଜଣା ପଡ଼ିଛି।
ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଓ ଜେସିବି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories