Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ ଚମକିଲେ ଲଡୁଗାଁ ର ପୁଅ,ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ଅମନ ଗୋୟଲ।

କଳାହାଣ୍ଡି,୨୭/୦୫
ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ର ସଫଳତା ସୁଚିରେ ଚମକିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁର ମାଟି ।।ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଲଡୁଗାଁ ର ଅମନ ଗୋୟଲ ସମଗ୍ର ରାଜ୍ୟରେ ରାଜ୍ୟରେ ଷଷ୍ଠ ସ୍ଥାନରେ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାର ପକ୍ଷରୁ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶପାଇବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।ଲଡୁଗାଁ ଗ୍ରାମର ସ୍ବର୍ଗତ ରମେଶ ଗୋୟଲ ଓ ଗାୟତ୍ରୀ ଅଗ୍ରୱାଲ ଙ୍କ ଦ୍ଵିତୀୟ ସୁପୁତ୍ର ହେଉଛନ୍ତି ଅମନ ଗୋୟଲ। ସେ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିର ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ପରେ ନବରଙ୍ଗପୁର ରେ ମାଟ୍ରିକ ପରୀକ୍ଷା ଓ ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ରେ ଯୁକ୍ତ ୨ ରେ ପାଶ କରିବା ପରେ ସିମ୍ବାୟୋସିସ୍ କଲେଜ ଅଫ୍ ଆର୍ଟସ୍ ଆଣ୍ଡ କମର୍ସ,ପୁଣେରୁ ବି.କମ (ବାଣିଜ୍ୟରେ ସ୍ନାତକ) କରିଥଲେ। ୨୦୨୧ ରେ (ସିଏ) ଚାଟାର୍ଡ ଏକାଉଣ୍ଟଟେଣ୍ଟ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡିଶା ପ୍ରଶାସନିକ ସେବା ପାଇଁ କୋଚିଂ ନେଇ ପ୍ରଥମ ଚେଷ୍ଟା ରେ ସଫଳତା ସେ ହାସଲ କରିଛନ୍ତି ।
କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଆଜି ସେ ଓଡ଼ିଶା ସିଭିଲ୍‌ ସର୍ଭିସେସ୍ ପରୀକ୍ଷାରେ ଏହି ସଫଳତା ହାସଲ କରି ସମଗ୍ର କଳାହାଣ୍ଡି ଜିଲ୍ଲା କୁ ଗର୍ବୀତ କରିଛନ୍ତି।ଅମନ ଗୋୟଲ ଙ୍କ ସଫଳତା ରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଲଡୁଗାଁ ମାରୱାଡି ଯୁବାମଞ୍ଚ ପକ୍ଷରୁ ସଭାପତି ସାହିଲ ଅଗ୍ରୱାଲ, ସମ୍ପାଦକ ଗୌରବ ଅଗ୍ରୱାଲ, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଯୁଗଳ କିଶୋର ଅଗ୍ରୱାଲ,ଗୌତମ ଅଗ୍ରୱାଲ,ମୁରଲୀ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ, ଶ୍ରୀକାନ୍ତ ଶର୍ମା,କମଳ ଅଗ୍ରୱାଲ,ଜଗ ମୋହନ ଅଗ୍ରୱାଲ,ନିଲେଶ ଅଗ୍ରୱାଲ,ଜୟ ଭଗବାନ ଅଗ୍ରୱାଲ, ସଞ୍ଜୟ ସିଂହଳ ସମେତ ଗ୍ରାମବାସୀ ମାନେ ସନ୍ଧ୍ୟାରେ ନିଜ ମାଟି ଲଡୁଗାଁ ଠାରେ ଅମନ ଅଗ୍ରୱାଲ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ଶୋଭାଯାତ୍ରାରେ ଗାଁ ର ସୁନା ପୁଅ କୁ ପାଛୋଟି ନେଇଥିଲେ।ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ଉତ୍ସ ହେଵ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।ଏହାସହ ଅମନ ଙ୍କୁ ବିଭିନ୍ନ ମହଲ ରୁ ଅଭିନନ୍ଦନ ଓ ଶୁଭେଚ୍ଛା ର ସୁଅ ଛୁଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ