Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘରେ ରୁତୁସ୍ରାବ ସ୍ଵଚ୍ଛତା ଦିବସ ପାଳିତ

ବୀରମହାରାଜପୁର : ଗୁରୁବାର ସକାଳ ୯ ଘଣ୍ଟା ସମୟ ରେ ଓଡ଼ିଶା ଜୀବିକା ମିଶନ (ଓ ଏଲ ଏମ୍) ବୀରମହରାଜପୁର ଅଧିନସ୍ଥ ଆଦର୍ଶ ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘ ସୁବଳୟା ପକ୍ଷରୁ ସମସ୍ତ ଗ୍ରାମ ର ଆଞ୍ଚଳିକ ମଞ୍ଚ ରେ ଋତୁସ୍ରାବ ସ୍ବଚ୍ଛତା ଦିବସ ପାଳନ କରାଯାଇଥିଲା । ସୁବଳୟା ଗ୍ରାମ ଅଧିନସ୍ଥ ଗଡଭିତରପଡ଼ା ଏବଂ ବୌଦିଆପଡ଼ା ର କିଶୋରୀ ବାଳିକା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ସଙ୍ଘ ର ସଭାନେତ୍ରୀ ମୀରା ବାରିକ୍, ଏମ ବିକେ ବବିତା ରାଣୀ ମହାପାତ୍ର ଙ୍କ ସହିତ ଇସି ସଭ୍ୟା ଗୀତାଞ୍ଜଳି ବେହେରା, ଡାଳିମ୍ବ ନାଏକ, ସି ଆର୍ ପି ରେଖା ନାଏକ ଓ ସୁମତି ମେହେର ପ୍ରମୁଖ ଉପସ୍ଥିତ ଥିଲେ । ୨୫ ଜଣ କିଶୋରୀ ବାଳିକା ମାନଙ୍କୁ ନେଇ ଅନୁଷ୍ଠିତ ଉକ୍ତ ବୈଠକ ରେ ଏମ ବି କେ ଋତୁସ୍ରାବ ଜନିତ ମାସିକ ସ୍ବାସ୍ଥ୍ୟ ଓ ସ୍ୱଚ୍ଛତା ବିଷୟ ରେ ସଚେତନତା ସୃଷ୍ଟି କରିବା ସହ ସାମାଜିକ ଅନ୍ଧ ବିଶ୍ବାସ କୁ ଭାଙ୍ଗିବା ପାଇଁ ଆଲୋଚନା କରିଥିଲେ। ପରେ ଋତୁସ୍ରାବ ସ୍ବଚ୍ଛତା ଦିବସ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି କିଶୋରୀ ବାଳିକା ମାନଙ୍କୁ ସଭାନେତ୍ରୀ ସମ୍ମାନିତ କରିଥିବା ବେଳେ ସୁସ୍ଥ ଝିଅ ସୁସ୍ଥ ଭବିଷ୍ୟତ ଉକ୍ତ ବୈଠକ ର ମୂଳ ଲକ୍ଷ୍ୟ ଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ