କଦଳିପାଲି ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ବିଶ୍ଵ ରୁତୁଶ୍ରାବ ସ୍ଵଚ୍ଛତା ଦିବସ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମପଞ୍ଚାୟତ ସ୍ତରୀୟ କଦଳିପାଲୀ ଠାରେ ବିଶ୍ୱଋତୁସ୍ରାବ ସ୍ଵଛତା ଦିବସ ପାଳିତ ହୋଇଯାଇଛି l ଏହା ସଙ୍ଗେ ସଙ୍ଗେ ସମସ୍ତ ଆଞ୍ଚଳିକ ମଞ୍ଚ ରେ ମଧ୍ୟ ପାଳିତ ହୋଇଯାଇଛି l ଗୁରୁବାର ଏହି ଅଵସର ରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭା ରେ (ଏମ ଵୀ କେ) ଗୀତା ଞ୍ଜଳି ଙ୍କ ଆହ୍ୱାନ କ୍ରମେ ସମସ୍ତ ଇସି ସଭ୍ୟା କିଶୋରୀ ବାଳିକା ସମସ୍ତ ସି ଆର ପି ସି ଏମ ଏବଂ ସମସ୍ତଏସ ଏଚ ଜି ସଭ୍ୟା ମା ଯୋଗ ଦେଇଥିଲେ l ଗୀତାଞ୍ଜଳି ଜେନା ସମସ୍ତ କିଶୋରୀ ବାଳିକା ମାନଙ୍କୁ ଋତୁସ୍ରାବ ସମୟରେ କିପରି ସ୍ୱଚ୍ଛତା ଅଵଲମ୍ବନ କରିବା ପାଇଁ ସମସ୍ତକୁ ସଚେତନ କରିଥିଲେ l ସୁସ୍ଥ ନାରୀ ହେଉଛି ସୁସ୍ଥ ସମାଜର ପରିଚୟ l ଋତୁସ୍ରାବ କୌଣସି ଲଜ୍ୟା ର ବିଷୟ ନୁହେଁ l ଏହା ସ୍ୱଭାବିକ ପକ୍ରିୟା l ଋତୁଶ୍ରାବ ପାରିଛନ୍ନତା ଦିବସ ରେ ନୀରବତା ଭଙ୍ଗୀ ଭ୍ରାନ୍ତି କୁ ଦୁର କରି ମାସିକ ଋତୁସ୍ରାବ ହେଉଥିବା ପ୍ରତେକ ମହିଳା , ଝିଅଙ୍କ ପାଇଁ ମର୍ଯ୍ୟାଦା ଓ ସମ୍ମାନ କରିବାକୁ ଶପଥ ପାଠ କରାଇଥିଲେ l ଶେଷରେ ସମ୍ପାଦିକା କୌଶଲ୍ୟl ଆଡଜୁଆଳି ଧନ୍ୟବାଦ ଅର୍ପଣ କରିଥିଲେ I

