Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକ ପ୍ରେସ୍ ଛକରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିଗଲା ମାଛ ମାର୍କେଟ୍; କୋଟିଏ ଟଙ୍କାରୁ ଅଧିକ କ୍ଷୟକ୍ଷତି ଆଶଙ୍କା

କଟକ ସହରର ପ୍ରେସ୍ ଛକସ୍ଥିତ ମାଛ ମାର୍କେଟରେ ସୋମବାର ଭୋରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୨ଟା ବେଳେ ନିଆଁ ଲାଗିଥିବାବେଳେ ଦେଖୁଦେଖୁ ସମଗ୍ର ମାର୍କେଟକୁ ବ୍ୟାପିଯାଇଥିଲା। ମାର୍କେଟ ଉପରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ମଧ୍ୟ ନିଆଁ ବ୍ୟାପିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବା କାମରେ ନିୟୋଜିତ ଅଛନ୍ତି।

ବିଲ୍ଡିଂ ଭିତରେ ଥିବା ଏକ ରଙ୍ଗ ଗୋଦାମ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପିଥିବା ଅନୁମାନ କରାଯାଉଛି। ଘନ ଧୂଆଁ ଯୋଗୁଁ ଅଗ୍ନିଶମ କର୍ମଚାରୀଙ୍କୁ ଭିତରକୁ ପ୍ରବେଶ କରିବାରେ ବେଶ ସମସ୍ୟା ହେଉଛି। ମାର୍କେଟରେ ଥିବା ଡିପ୍ ଫ୍ରିଜର, ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଛି।

ରବିବାର ଭଲ ବ୍ୟବସାୟ ହୋଇଥିବାରୁ ବ୍ୟାଙ୍କ ବନ୍ଦ ଥିବା କାରଣରୁ ବ୍ୟବସାୟୀମାନେ ଟଙ୍କା ଜମା କରିପାରି ନଥିଲେ। ଫଳରେ ପ୍ରାୟ ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ ରାଶି ନିଆଁରେ ପୋଡ଼ିଯାଇଥିବା ଦାବି କରିଛନ୍ତି। ପ୍ରାୟ ୧୭ ଜଣ ମାଛ ବ୍ୟବସାୟୀ ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବାବେଳେ ସମୁଦାୟ କ୍ଷୟକ୍ଷତି କୋଟିଏ ଟଙ୍କାରୁ ଅଧିକ ହୋଇଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ