Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗୁରୁ ବେଶରେ ଠକେଇ! ଯୁବତୀଙ୍କୁ ନିଶା ଦେଇ ଶୋଷଣ ଓ ବ୍ଲାକମେଲ୍, ଗିରଫ ଆଇଆଇଟି ଇଞ୍ଜିନିୟର

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଗୋବର୍ଧନ ଅଞ୍ଚଳରୁ ନିଜକୁ ଧର୍ମଗୁରୁ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଅଭିଷେକ ମିଶ୍ର ଅନଲାଇନ୍ ପ୍ରବଚନ ଓ ଧାର୍ମିକ ସଭା ମାଧ୍ୟମରେ ଯୁବତୀମାନଙ୍କ ସହ ସମ୍ପର୍କ ସ୍ଥାପନ କରି ପରେ ସେମାନଙ୍କୁ ଯୌନ ଶୋଷଣ ଓ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଛି।
ଛତିଶଗଡ଼ର ଜଣେ ନର୍ସିଂ ଛାତ୍ରୀ ଓ ତାଙ୍କ ପରିବାର ପୁଲିସରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁଯାୟୀ, ଅଭିଷେକ ଯୁବତୀମାନଙ୍କୁ ନିଶାଜାତୀୟ ପଦାର୍ଥ ଦେଇ ଯୌନ ନିର୍ଯାତନା କରୁଥିଲେ ଏବଂ ସେମାନଙ୍କର ଅଶ୍ଳୀଳ ଭିଡିଓ ଓ ଫଟୋ ରେକର୍ଡ କରି ପରେ ବ୍ଲାକମେଲ୍ କରୁଥିଲେ। ତଦନ୍ତ ସମୟରେ ଅନ୍ୟ ମହିଳାମାନଙ୍କ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ମିଳିଥିବା ପୁଲିସ କହିଛି।
ଅଭିଷେକ ମିଶ୍ର ୨୦୨୧ ମସିହାରେ ଆଇଆଇଟି ରୁର୍କିରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍ ଶିକ୍ଷା ସମାପ୍ତ କରିଥିଲେ। ଗତ ତିନି ବର୍ଷ ଧରି ସେ ରାଧାକୁଣ୍ଡ ଅଞ୍ଚଳରେ ରହୁଥିଲେ ଏବଂ ସେଠାରେ ଏକ ଆଶ୍ରମ ସ୍ଥାପନ କରିଥିଲେ। ପୁଲିସ ଆଶ୍ରମରୁ ଦୁଇ ଜଣ ଯୁବତୀ ଓ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ