Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ରେ କୋମଳମତି ଶିଶୁ ଓ କିଶୋରୀ ମାନଙ୍କୁ ସଠିକ ସମୟରେ ମିଳିନୁ ଛତୁଆ ଏବଂ ଅନ୍ୟାନ୍ୟ ସାମଗ୍ରୀ।୧୮ ହଜାର ଶିଶୁ ସମେତ ୭ ହଜାର କିଶୋରୀ ଉପେକ୍ଷିତ।

ଗୋପାଳପୁର,୦୩/୦୬
ରାଜ୍ୟ ରେ ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ରହିଥିବା ଗୋପାଳପୁର ନିର୍ବାଚନମଣ୍ଡଳୀରେ ଗତ କିଛିମାସ ହେବ ସଠିକ ଭାବେ କୋମଳମତି ଶିଶୁ ଏବଂ କିଶୋରୀ ମାନଙ୍କୁ ସରକାର ପକ୍ଷରୁ ବଣ୍ଟନ କରାଯାଉଥିବା ସାମଗ୍ରୀ ଠିକ୍ ଭାବରେ ମିଳୁ ନଥିବା ଅଭିଯୋଗ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ରେ ୨୩୩ ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ସେଠାରେ ପ୍ରାୟ ୧୮ ହଜାର ଶିଶୁ ପାଠ ପଢ଼ୁଛନ୍ତି। ଏମାନଙ୍କ ନିମନ୍ତେ ସରକାର ଙ୍କ ପକ୍ଷରୁ ସୁ୍ସୁମ ଖାଦ୍ୟ ବଣ୍ଟନ କରାଯିବାର ନିୟମ ରହିଥିବା ସହ ଏହାର ତଦାରଖ କରିବା ନିମନ୍ତେ ବ୍ଲକ ରେ ଜଣେ ଶିଶୁ ମଙ୍ଗଳ ଅଧିକାରୀ ସମେତ କେତେକ ସୁପର ସାଇଜର ନିଯୁକ୍ତି ପାଇଛନ୍ତି।ଏଥି ସହ ଅଙ୍ଗନବାଡି କେନ୍ଦ୍ର ର ଶିଶୁ ମାନଙ୍କୁ ପ୍ରତିମାସରେ ଛତୁଆ ସମେତ ବାଦାମ ଲଡୁ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ ସହ ୧୬ ରୁ ୧୯ ବର୍ଷ ର ପ୍ରାୟ ୭ ହଜାର କିଶୋରୀ ମାନଙ୍କୁ ମୁଢ଼ି ସହ ଚଣା ବଣ୍ଟନ କରାଯାଇଛି। ଏହି ସବୁ ର ବଣ୍ଟନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ମହିଳା ସଂଘ କୁ ଦାୟିତ୍ୱ ଦିଆଯାଇଛି। କିନ୍ତୁ ପ୍ରକୃତପକ୍ଷେ ଏହି ସବୁ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ହିଁ ଏହାକୁ ପରିଚାଳନା କରିଥାନ୍ତି। ଯାହାଫଳରେ ଛତୁଆ ପ୍ରସ୍ତୁତି ସମେତ ଅନ୍ୟାନ୍ୟ ସାମଗ୍ରୀ ର ଗୁଣବତ୍ତା ସଠିକ ରହୁନଥିବା ସହ ଓଜନ ରେ କମ ରହୁଥିବା ଅନେକ ସମୟରେ ରେ ଅଭିଯୋଗ ହେଉଛି।ଗତ ବିଜେଡି ସରକାର ଅମଳରେ ବ୍ଲକ ର ଜଣେ ରାଜନୈତିକ ବ୍ୟକ୍ତି ଏହାର ପରିଚାଳନା କରୁଥିବା ବେଳେ ଏବେ ଶାସକ ଦଳର ଜୈନିକ ସମର୍ଥକ ଏହାର ପରିଚାଳନା ଦାୟିତ୍ଵ ରେ ରହିଛନ୍ତି।ଏହା ମଧ୍ୟରେ ଉକ୍ତ ରାଜନୈତିକ ବ୍ୟକ୍ତି ଙ୍କୁ ଦାୟିତ୍ଵ ର ବାହର‌ କରି ମନ୍ତ୍ରୀ ଙ୍କ ପାଖ ଲୋକ ଙ୍କୁ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ଵ ଦିଆଯାଇଥିବା ରୁ ମେ ମାସରେ ସମସ୍ତ କେନ୍ଦ୍ର କୁ ଛତୁଆ ଯୋଗାଣ ଠିକ୍ ଭାବରେ ହୋଇନଥିବା ବେଳେ ଚଳିତ ମାସ ୧ ତାରିଖରେ କୈଣସି ଅଙ୍ଗନବାଡି କେନ୍ଦ୍ର ରେ ଛତୁଆ ବଣ୍ଟନ ହୋଇ ପାରିନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ କିଛିମାସ ତଳେ ରାଜନୈତିକ ଚାପ ଯୋଗୁଁ ଜିଲ୍ଲାପ୍ରଶାସନ ପକ୍ଷରୁ ରଣ୍ଢା ଠାରେ ଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରାଯାଇ ଛତୁଆ ର ମାନ ଠିକ୍ ନଥିବା ଅନ୍ୟାନ୍ୟ ସାମଗ୍ରୀ ର‌ ଗୁଣବତ୍ତା ସଠିକ ନଥିବା ରିପୋର୍ଟ କରାଯାଇଥିଲା। ଏବଂ ଦାୟିତ୍ଵ ରେ ରହିଥିବା ମହିଳା ସଂଘ କୁ ବଦଳାଇବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ଅବଗତ କରାଯାଇଥିବା ଜଣାପଡିଛି। ଅନ୍ୟ ପଟେ ବ୍ଲକ ରେ ଥିବା ଶିଶୁ ମଙ୍ଗଳ ଅଧିକାରୀ ଜଣକ ମଧ୍ୟ ଛତୁଆ ପ୍ରସ୍ତୁତି ବଣ୍ଟନ ରେ ହେଉଥିବା ଅନିୟମିତତା ପ୍ରତି ଧ୍ୟାନ ଦେଇନଥିବା ସହ କୈଣସି ଅଙ୍ଗନବାଡି କର୍ମୀ ଏହା ନେଇ ଅଭିଯୋଗ କଲେ ନାଲି ଆଖି ଦେଖାଉଥିବା ମଧ୍ୟ ଅଭିଯୋଗ ହେଉଛି। ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେବା ସହ ଶିଶୁ ଓ କିଶୋରୀ ମାନଙ୍କୁ ଠିକ୍ ସମୟରେ ସମସ୍ତ ସାମଗ୍ରୀ ବଣ୍ଟନ କରାଯିବାକୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ