Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଏମସିରେ ମହାବିଦ୍ରୋହ! ୫୮ ବିଧାୟକ ବିଦ୍ରୋହୀ ଶିବିରରେ, ସମସ୍ତ ସାଂଗଠନିକ କମିଟି ଭଙ୍ଗ କଲେ ମମତା

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ବିଦ୍ରୋହ ଚରମ ସୀମାରେ ପହଞ୍ଚିବା ପରେ ଦଳ ସମସ୍ତ ସାଂଗଠନିକ କମିଟି ଓ ଫ୍ରଣ୍ଟାଲ ସଂଗଠନଗୁଡ଼ିକୁ ଭଙ୍ଗ କରିଦେଇଛି। ଦଳର ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲରେ ବୁଧବାର ଏହି ଘୋଷଣା କରାଯାଇଛି।

ଦଳର ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି, ଯେତେବେଳେ ଟିଏମସିର ୫୮ ଜଣ ବିଧାୟକ ଦଳର ଅଧିକୃତ ନିଷ୍ପତ୍ତିକୁ ଅମାନ୍ୟ କରି ପ୍ରଥମ ଥର ବିଧାୟକ ହୋଇଥିବା ଋତବ୍ରତ ବାନାର୍ଜୀଙ୍କୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଭାବେ ସମର୍ଥନ କରିଥିଲେ। ଏହି ଘଟଣା ପରେ ଦଳ ଭିତରେ ବଡ଼ ଫାଟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ଟିଏମସି ଋତବ୍ରତ ବାନାର୍ଜୀ ଓ ଅନ୍ୟ ଜଣେ ନବନିର୍ବାଚିତ ବିଧାୟକ ସନ୍ଦୀପନ ସାହାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ବହିଷ୍କାର କରିଥିଲା। କିନ୍ତୁ ମାତ୍ର ଦୁଇ ଦିନ ମଧ୍ୟରେ ଦଳର ବଡ଼ ସଂଖ୍ୟକ ବିଧାୟକ ସେମାନଙ୍କ ସପକ୍ଷରେ ଯିବା ମମତା ବାନାର୍ଜୀଙ୍କ ନେତୃତ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଟିଏମସିରେ ଏହା ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ବିଦ୍ରୋହ ଏବଂ ଏହାର ପ୍ରଭାବ ଆଗାମୀ ଦିନରେ ବଙ୍ଗ ରାଜନୀତି ଉପରେ ପଡ଼ିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ