ତୀବ୍ର ହେଉଛି କୁସ୍ତିଯୋଦ୍ଧାଙ୍କ ବିରୋଧ; ୫ ଦିନ ଭିତରେ ଦାବି ଶୁଣିବାକୁ ଦେଲେ ଚେତାବନୀ, ନହେଲେ ଗଙ୍ଗାରେ ବିସର୍ଜନ ହେବ ପଦକ


ନୂଆଦିଲ୍ଲୀ: ତୀବ୍ର ହେଉଛି କୁସ୍ତିଯୋଦ୍ଧାଙ୍କ ବିରୋଧ। ଦାବି ନ ଶୁଣିଲେ ପଦକ ଗଙ୍ଗା ନଦୀକୁ ଫିଙ୍ଗିବା ନେଇ ଚେତାବନୀ ଦେଇଛନ୍ତି କୁସ୍ତିଯୋଦ୍ଧା। ଏଥିପାଇଁ ସରକାରଙ୍କୁ ୫ଦିନରେ ମହଲତ ଦେଇଛନ୍ତି କୁସ୍ତିଯୋଦ୍ଧା । ଚାଷୀ ନେତା ନରେଶ ଟିକାୟତଙ୍କ ହସ୍ତକ୍ଷେପ ପରେ ମେଡାଲ ବିସର୍ଜନ ଚେତାବନୀରୁ ୫ଦିନ ପାଇଁ ଓହରି ଆସିଛନ୍ତି ରେସଲର । ୫ ଦିନ ମଧ୍ୟରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ, ପୂର୍ବରୁ କରାଯାଇଥିବା ଘୋଷଣା ଅନୁସାରେ ମେଡାଲ ବିସର୍ଜନ କରାଯିବ ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ ଗତକାଲି କୁସ୍ତିଯୋଦ୍ଧାମାନେ ହରିଦ୍ୱାର ପହଂଚି ମେଡାଲଗୁଡିକ ଗଙ୍ଗାନଦୀରେ ଭସାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାଷୀ ନେତା ନରେଶ ଟିକାୟତ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏହାପରେ ସେମାନେ ଦାବି ପୂରଣ ପାଇଁ ସରକାରଙ୍କୁ ୫ ଦିନ ସମୟ ଦେଇଥିବା ଜଣାପଡ଼ିଛି।

କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବିଜ୍ରଭୂଷଣ ସିଂଙ୍କ ବିରୋଧରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାର ଅଭିଯୋଗ ରହିଛି । ସେପଟେ ଅନ୍ତର୍ଜାତୀୟ କୁସ୍ତି ମହାସଂଘ କୁସ୍ତଯୋଦ୍ଧାଙ୍କୁ କରାଯାଉଥିବା ବ୍ୟବହାର ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିବା ଦେଖିବାକୁ ମିଳିଛି।