ଜନ୍ତର-ମନ୍ତର ଅଭିମୁଖେ କକ୍ରୋଚ୍ ଜନତା ପାର୍ଟି ସଂସ୍ଥାପକ ଅଭିଜିତ ଦୀପକେ, ବିମାନବନ୍ଦରରୁ ବାହାରି ଦେଖାଇଲେ ଆମ୍ବେଦକରଙ୍କ ପୁସ୍ତକ
କକ୍ରୋଚ୍ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେ ଶନିବାର ସକାଳ ୭:୪୫ରେ ଆମେରିକାରୁ ଦିଲ୍ଲୀ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରାୟ ଏକ ଘଣ୍ଟା ପରେ ସେ ବାହାରକୁ ଆସିଥିଲେ। ତେବେ ବାହାରକୁ ଆସିବାରେ ବିଳମ୍ବ ହେବାର କାରଣ ସ୍ପଷ୍ଟ ହୋଇନାହିଁ।
ବିମାନବନ୍ଦରରୁ ବାହାରିବା ସମୟରେ ଅଭିଜିତ ଦୀପକେ ହାତରେ ଡ. ବି.ଆର୍. ଆମ୍ବେଦକରଙ୍କ ଏକ ପୁସ୍ତକ ଧରି ସମର୍ଥକଙ୍କୁ ଅଭିବାଦନ ଜଣାଇଥିଲେ। ଏହାପରେ ସେ ସିଧାସଳଖ ଜନ୍ତର-ମନ୍ତର ଅଭିମୁଖେ ରବାନା ହୋଇଥିଲେ। ଦଳର ମୁଖପାତ୍ର ସୌରଭ ଦାସ ପୂର୍ବରୁ ଏହି ପ୍ରଦର୍ଶନ ପାଇଁ ଅନୁମତି ନେଇଥିବା ସୂଚନା ମିଳିଛି।
ଜନ୍ତର-ମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ଏହା ପ୍ରଥମ ବିକ୍ଷୋଭ କାର୍ଯ୍ୟକ୍ରମ। NEET-UG ପ୍ରଶ୍ନପତ୍ର ଲିକ୍, CBSE, CUET ଏବଂ SSC-GD ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ ଏହି ଆନ୍ଦୋଳନ ଆୟୋଜନ କରାଯାଇଛି। ଦଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛି। ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଜନ୍ତର-ମନ୍ତର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଦଳ ସମର୍ଥକଙ୍କ ପାଇଁ ସନସ୍କ୍ରିନ୍ ଲଗାଇ ଆସିବା, ଜଳଖିଆ କରି ଆସିବା, ହାତରେ ତିରଙ୍ଗା, ଫୁଲ ଏବଂ ପୁସ୍ତକ ନେଇ ଆସିବା ସହ ୮ଟି ନିର୍ଦ୍ଦେଶାବଳୀ ଜାରି କରିଛି।

