Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୫ ବର୍ଷରେ ଟିମ୍ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀ, ସଚିନଙ୍କ ୩୬ ବର୍ଷର ରେକର୍ଡ ଭାଙ୍ଗିଲେ

ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଇତିହାସ ସୃଷ୍ଟି କରିଛନ୍ତି। ମାତ୍ର ୧୫ ବର୍ଷ ୭୧ ଦିନ ବୟସରେ ସେ ଭାରତର ସିନିୟର ପୁରୁଷ ଟି-୨୦ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଘୋଷିତ ଦଳରେ ସାମିଲ ହୋଇ ସେ ଟିମ୍ ଇଣ୍ଡିଆର ସବୁଠାରୁ କମ୍ ବୟସର ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।

ଏହା ସହ ବୈଭବ କ୍ରିକେଟ୍ ଭଗବାନ ସଚିନ ତେନ୍ଦୁଲକରଙ୍କ ୩୬ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ଏପର୍ଯ୍ୟନ୍ତ ସଚିନ ୧୬ ବର୍ଷ ବୟସରେ ଭାରତୀୟ ଦଳରେ ଚୟନ ହୋଇଥିବା ସବୁଠାରୁ କମ୍ ବୟସର ଖେଳାଳି ଥିଲେ। ବୈଭବଙ୍କ ଚୟନକୁ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ପାଇଁ ବଡ଼ ସଙ୍କେତ ଭାବେ ଦେଖାଯାଉଛି।

ଭାରତୀୟ ଦଳ ଜୁନ୍ ୨୬ ଓ ୨୮ରେ ଆୟରଲ୍ୟାଣ୍ଡ ବିରୋଧରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ। ଏହାପରେ ଜୁଲାଇ ୧ରୁ ୧୧ ମଧ୍ୟରେ ଇଂଲଣ୍ଡ ବିରୋଧରେ ପାଞ୍ଚ ମ୍ୟାଚ୍‌ର ଟି-୨୦ ସିରିଜ୍ ଖେଳାଯିବ। ଏହି ଦଳରେ ଶ୍ରେୟସ ଆୟର ମଧ୍ୟ ଦୀର୍ଘ ବିରତି ପରେ ଟି-୨୦ ଦଳକୁ ଫେରିଛନ୍ତି। ୨୦୨୩ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ପରେ ଏହା ତାଙ୍କର ପ୍ରଥମ ଟି-୨୦ ଚୟନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories