Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ ମମତାଙ୍କ ମାରାଥନ ବୈଠକ, TMCରେ ବିଦ୍ରୋହ ଭିତରେ ହୋଇପାରେ ବଡ଼ ନିଷ୍ପତ୍ତି

TMCରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଦଳ ସୁପ୍ରିମୋ ମମତା ବାନାର୍ଜୀ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ହେବାକୁ ଥିବା ଇଣ୍ଡିଆ ବ୍ଲକ୍ ବୈଠକରେ ଯୋଗଦେବା ସହ ଦଳର ଶୀର୍ଷ ନେତାମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ତାଙ୍କ ସହ ରାଜ୍ୟସଭା ସାଂସଦ ଡୋଲା ସେନ୍ ଓ ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି।

ଦଳ ଭିତରେ ବିଦ୍ରୋହ ଓ ଫାଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମମତାଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱ ଦିଆଯାଉଛି। ଏହା ପୂର୍ବରୁ TMCର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଦିଲ୍ଲୀ ପହଞ୍ଚି ସାରିଛନ୍ତି। ସୋମବାର ଇଣ୍ଡିଆ ବ୍ଲକ୍ ବୈଠକ ପୂର୍ବରୁ TMCର ଶୀର୍ଷ ନେତୃତ୍ୱ ଏକ ସ୍ୱତନ୍ତ୍ର ବୈଠକ କରି ଦଳର ବର୍ତ୍ତମାନ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା କରିବେ।

ସମ୍ପ୍ରତି ବିଧାନସଭାରେ ବହୁ ବିଧାୟକ ଦଳର ସରକାରୀ ଶିବିରରୁ ଅଲଗା ହୋଇଥିବାରୁ TMC ପାଇଁ ଏହା ସବୁଠାରୁ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି। ସଂସଦରେ ମଧ୍ୟ ଅସନ୍ତୁଷ୍ଟ ସାଂସଦମାନଙ୍କ ଭୂମିକାକୁ ନେଇ ଦଳ ଚିନ୍ତିତ ଥିବା ବେଳେ ଦିଲ୍ଲୀ ବୈଠକରେ ସାଂସଦମାନଙ୍କୁ ଏକତାବଦ୍ଧ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇପାରେ। ଏହି ପରିସ୍ଥିତିରେ ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ଓ ବୈଠକରୁ ଦଳର ଭବିଷ୍ୟତ ରଣନୀତି ସ୍ପଷ୍ଟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ