Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ-ଇରାନ ସଂଘର୍ଷ ପାଇଁ ଆମେରିକାକୁ ଦାୟୀ କଲା ଇରାନ, କହିଲା- ଶାନ୍ତି ପ୍ରକ୍ରିୟାକୁ ନଷ୍ଟ କରୁଛି

ଇସ୍ରାଏଲ ଓ ଇରାନ ମଧ୍ୟରେ ପୁଣିଥରେ କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ପ୍ରତିଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ିଛି। ଏହି ପରିସ୍ଥିତି ପାଇଁ ଇରାନ ସିଧାସଳଖ ଭାବେ ଆମେରିକାକୁ ଦାୟୀ କରିଛି। ସୋମବାର ଇରାନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବାଘାଏ କହିଛନ୍ତି ଯେ, ଇସ୍ରାଏଲର କାର୍ଯ୍ୟକଳାପ ଚାଲୁଥିବା କୂଟନୈତିକ ଆଲୋଚନାକୁ ଅଧିକ ଜଟିଳ କରୁଛି ଏବଂ ଏହା ପଛରେ ଆମେରିକାର ଭୂମିକା ରହିଛି। ସେ କହିଛନ୍ତି, ୱାଶିଂଟନ ସହ ତେହରାନର ଯୋଗାଯୋଗ ଏବେ ‘ଅତ୍ୟଧିକ ସନ୍ଦେହ’ର ପରିବେଶରେ ଚାଲିଛି।

ବାଘାଏ ଅଭିଯୋଗ କରିଛନ୍ତି ଯେ, ଲେବାନନରେ ଇସ୍ରାଏଲର ସାମରିକ କାର୍ଯ୍ୟକଳାପ କୂଟନୀତିକୁ ବିଫଳ କରିବା ଉଦ୍ଦେଶ୍ୟରେ କରାଯାଉଛି। ଏପ୍ରିଲ ୮ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିରେ ଆମେରିକା ଏକ ପକ୍ଷ ହୋଇଥିବାରୁ ଯେକୌଣସି ଉଲ୍ଲଂଘନ ପାଇଁ ତାହାର ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି। ଇସ୍ରାଏଲ ଯଦି ଅଞ୍ଚଳୀୟ ଶାନ୍ତି ଓ ସୁରକ୍ଷା ବିରୋଧରେ କୌଣସି ପଦକ୍ଷେପ ନିଏ, ତେବେ ତାହା ପାଇଁ ଆମେରିକା ମଧ୍ୟ ଦାୟୀ ହେବ ବୋଲି ଇରାନ ସତର୍କ କରିଛି। ଏହାସହ ସେ କହିଛନ୍ତି ଯେ, ଏହି ପରିସ୍ଥିତି ସମଗ୍ର ଅଞ୍ଚଳକୁ ଏକ ବଡ଼ ଯୁଦ୍ଧ ଆଡ଼କୁ ଠେଲିଦେଇପାରେ।

ଅନ୍ୟପଟେ, ଇରାନ ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା IAEA ବିରୋଧରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି। ବାଘାଏ କହିଛନ୍ତି ଯେ, IAEA ମୁଖ୍ୟ ରାଫାଏଲ ଗ୍ରୋସି ବାସ୍ତବ ପରିସ୍ଥିତିକୁ ଅଣଦେଖା କରି ପକ୍ଷପାତପୂର୍ଣ୍ଣ ମତ ଦେଉଛନ୍ତି, ଯାହା ସଂସ୍ଥାର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଉଛି। ଏହି ସପ୍ତାହରେ IAEA ବୋର୍ଡ ଅଫ୍ ଗଭର୍ନର୍ସ ବୈଠକରେ ଯଦି ଇରାନ ବିରୋଧରେ କୌଣସି ପ୍ରସ୍ତାବ ଆସେ, ତାହାର ଯଥୋଚିତ ଜବାବ ଦିଆଯିବ ବୋଲି ଇରାନ ସ୍ପଷ୍ଟ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ