Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଲିପାଇନ୍ସରେ ଭୟଙ୍କର ଭୂମିକମ୍ପ: ୩୫ ମୃତ, ୨୦୦ରୁ ଅଧିକ ଆହତ; ସୁନାମିରେ ଉପକୂଳ ଅଞ୍ଚଳ ପ୍ରଭାବିତ

ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳରେ ସୋମବାର ସକାଳେ ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇ ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଅତିକମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂମିକମ୍ପ ପରେ ପ୍ରାୟ ୧ ମିଟର ଉଚ୍ଚତାର ସୁନାମି ତରଙ୍ଗ ଉପକୂଳ ଅଞ୍ଚଳକୁ ଆଘାତ କରିଥିଲା। ଜେନେରାଲ୍ ସାଣ୍ଟୋସ୍ ସହରରେ ଅନେକ ଘର ଓ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଅଟ୍ଟାଳିକା ଗୁରୁତର କ୍ଷତିଗ୍ରସ୍ତ ହୋଇଛି।

ସାରାଙ୍ଗାନି ପ୍ରଦେଶର ଗ୍ଲାନ୍ ଅଞ୍ଚଳରେ ଭୂସ୍ଖଳନ ହୋଇ ୧୩ ଜଣ ଗ୍ରାମବାସୀଙ୍କ ଜୀବନ ଯାଇଛି। ଏହାଛଡ଼ା ସେହି ପ୍ରଦେଶରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ବିପର୍ଯ୍ୟୟ ପ୍ରଶମନ ଅଧିକାରୀମାନେ ସୂଚନା ଦେଇଛନ୍ତି। ସୁନାମି ପ୍ରଭାବରେ ଦକ୍ଷିଣ ଫିଲିପାଇନ୍ସର କିଛି ଉପକୂଳ ଗାଁରେ କ୍ଷତି ହୋଇଥିବା ବେଳେ ଇଣ୍ଡୋନେସିଆ, ପାଲାଉ ଓ ଜାପାନର ଦକ୍ଷିଣ ଅଞ୍ଚଳରେ ମଧ୍ୟ ଛୋଟ ତରଙ୍ଗ ରେକର୍ଡ କରାଯାଇଛି।

ଫିଲିପାଇନ୍ସ ଭୂକମ୍ପ ବିଜ୍ଞାନ ସଂସ୍ଥାର ନିର୍ଦ୍ଦେଶକ ଟେରେସିଟୋ ବାକୋଲକୋଲ କହିଛନ୍ତି ଯେ, ଚଳିତ ବର୍ଷ ଦେଶରେ ଏହା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ। ପରାଘାତ (Aftershock) ଜାରି ରହିପାରୁଥିବାରୁ କ୍ଷତିଗ୍ରସ୍ତ ଘର ଓ କୋଠାକୁ ଫେରିବା ପୂର୍ବରୁ ସରକାରୀ ପରାମର୍ଶ ନେବାକୁ ସେ ଲୋକଙ୍କୁ ସତର୍କ କରିଛନ୍ତି। ଏପଟେ ଆମେରିକା, ଜାପାନ, ଫ୍ରାନ୍ସ ଓ ନ୍ୟୁଜିଲ୍ୟାଣ୍ଡ ଫିଲିପାଇନ୍ସକୁ ସହଯୋଗ ପାଇଁ ପ୍ରସ୍ତୁତ ଥିବା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ