Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ଗହଣା ଦେଖାଇ ୟୁଟ୍ୟୁବରେ ହୋମ୍ ଟୁର୍, ପରେ ଘରେ କଳାକନା ବୁଲାଇଲେ ଚୋର!

ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଜଣେ ଗୃହିଣୀ-କମ୍-ୟୁଟ୍ୟୁବରଙ୍କ ସହ ଘଟିଛି ଚମକପ୍ରଦ ଘଟଣା। ୟୁଟ୍ୟୁବର ରଚନା ଗୁର୍ଜର ନିଜ ସୋସିଆଲ ମିଡିଆ ଭିଡିଓରେ ସୁନା ଗହଣା, ନଗଦ ଟଙ୍କା ଓ ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ ପ୍ରଦର୍ଶନ କରିଥିବା ବେଳେ ଏହା ତାଙ୍କ ପାଇଁ ବିପଦ ଡାକି ଆଣିଥିବା ଅଭିଯୋଗ ହେଉଛି। ଶନିବାର ଭୋର ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ପରିବାର ଲୋକଙ୍କୁ ଏକ କୋଠରୀରେ ବନ୍ଦ କରି ଚୋରି କରି ଫେରାର ହୋଇଯାଇଥିଲେ।

ରଚନା ଗୁର୍ଜରଙ୍କ କହିବା ଅନୁସାରେ, ରାତି ପ୍ରାୟ ୨ଟା ବେଳେ ଚୋରମାନେ ଘରେ ପଶିଥିଲେ। ସେମାନେ ପରିବାରକୁ କୋଠରୀ ଭିତରେ ବନ୍ଦ କରି ସୁନା ଓ ରୂପା ଗହଣା, ନଗଦ ଟଙ୍କା ସହ ଏକ କାର୍ଟନ ଏନର୍ଜି ଡ୍ରିଙ୍କ ନେଇ ପଳାଇଥିଲେ। ଚୋରି ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି ସେ ଅଭିଯୋଗ କରିଛନ୍ତି। ଚୋରମାନେ ନିଜ ପରିଚୟ ଲୁଚାଇବା ପାଇଁ ସିସିଟିଭି କ୍ୟାମେରାର ଆଙ୍ଗଲ ମଧ୍ୟ ପରିବର୍ତ୍ତନ କରିଦେଇଥିବା ଜଣାପଡ଼ିଛି।

ଭୋର ପ୍ରାୟ ୪ଟା ବେଳେ ପରିବାର ଲୋକ ନିଜମାନଙ୍କୁ ବାହାରୁ ବନ୍ଦ ଥିବା ଦେଖି ସମ୍ପର୍କୀୟଙ୍କୁ ଫୋନ କରିଥିଲେ। ପରେ ସେମାନେ ଆସି ଦ୍ୱାର ଖୋଲି ଉଦ୍ଧାର କରିଥିଲେ। ଘଟଣା ନେଇ ନରୱାର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ସୋସିଆଲ ମିଡିଆରେ ଅତ୍ୟଧିକ ବ୍ୟକ୍ତିଗତ ସମ୍ପତ୍ତି ପ୍ରଦର୍ଶନର ସୁରକ୍ଷା ବିପଦକୁ ଏହି ଘଟଣା ପୁଣିଥରେ ସାମ୍ନାକୁ ଆଣିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ