ମୋଦୀଙ୍କ ଐତିହାସିକ ରେକର୍ଡ ଦୀର୍ଘ ସମୟ ନିର୍ବାଚିତ ପ୍ରଧାନମନ୍ତ୍ରୀ କୀର୍ତ୍ତିକୁ ମେଲୋନିଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ: ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ମେଲୋନି ମୋଦୀଙ୍କ ଏହି ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି।
ମେଲୋନି ଲେଖିଛନ୍ତି, “ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ, ଯିଏ ଆଜି ଭାରତର ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଛନ୍ତି।” ସେ ନିକଟରେ ରୋମରେ ମୋଦୀଙ୍କ ସହ ହୋଇଥିବା ସାକ୍ଷାତକାରକୁ ମଧ୍ୟ ସ୍ମରଣ କରି କହିଛନ୍ତି ଯେ, ଭାରତ ଓ ଇଟାଲୀ ମଧ୍ୟରେ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ଉଭୟ ଦେଶ ଓ ଜନସାଧାରଣଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ମୋଦୀ ୪,୩୯୯ ଦିନ ଧରି ଲଗାତାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ଏହି ଅବସରରେ ବିଶ୍ୱର ବିଭିନ୍ନ ନେତା ତାଙ୍କୁ ଶୁଭେଚ୍ଛା ଜଣାଉଥିବା ବେଳେ ଜିଓର୍ଜିଆ ମେଲୋନିଙ୍କ ବାର୍ତ୍ତା ଭାରତ-ଇଟାଲୀ ସମ୍ପର୍କର ଦୃଢ଼ତାକୁ ପୁଣିଥରେ ଉଜାଗର କରିଛି।

