କେନଝରିଆ ପାଲି ଆରୋଗ୍ୟ ଆୟୁଷ୍ମାନ ମନ୍ଦିର ରେ ବିଦ୍ୟୁତ ନ ଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଡହକ ବିକଳ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଠାରେ ଥିବା ଆୟୁସ୍ମାନ ଆରୋଗ୍ୟ ମନ୍ଦିର ରେ କେନଝିରିଆପାଲି ପଞ୍ଚାୟତ ର ଅନେକ ଗୁଡିଏ ଗ୍ରାମ ଏହି ଆରୋଗ୍ୟ ମନ୍ଦିର ଉପର ନିର୍ଭର କରିଥାନ୍ତି l ଏବେ ବିରମହlରାଜପୁର ଅଞ୍ଚଳ ରେ ୪୩-ରୁ ୪୪ ଡିଗ୍ରୀ ତାପମାତ୍ରା ଦିନକୁ ଦିନ ବଢ଼ିବରେ ଲାଗି ରହିଛି l ଏହି ଆରୋଗ୍ୟ ମନ୍ଦିର ଅବ୍ୟବସ୍ତା ଘେରରେ ଥିବା ଅଭିଯୋଗ ହେଉଛି l ଗତ ଦୁଇବର୍ଷ ରୁ ଉର୍ଦ୍ଧ୍ବ ହେବ ବିଜୁଳି ସଂଯୋଗ ହୋଇନାହିଁ l ଫଳରେ ଏଠାକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସାଙ୍ଗରେ ଆସୁଥିବା ସମ୍ପକୀୟ ମାନେ ପ୍ରବଳ ଗରମ ଓ ଗୁଳୁଗୁଳି ହେତୁ ଛଟପଟ ହେଉଛନ୍ତି l ଏଠାକୁ ସବୁଦିନ ଆସୁଥିବା ରୋଗୀ ଓ ଏଠାରେ ପ୍ରତ୍ୟେକ ମାସ ର ପ୍ରଥମ ସୋମବାର ଆୟୁସ୍ମାନ ଆରୋଗ୍ୟ ଶିବିର, ଓ ମଙ୍ଗଳବାରଦିନ, ମମତା ଦିବସ , ବୁଧୁବାର ଟୀକା କରଣ ଦିବସ ଥିବାରୁ ପ୍ରସୁତି ମା ଓ ଛୋଟ ଛୋଟ ଛୁଆ ମାନଙ୍କୁ ନେଇଆସନ୍ତି ଓ ଟୀକା କରଣ ପାଇଁ ବିଭିନ୍ନ ଗାଁ ରୁ ଆସନ୍ତି ହେଲେ ସେଠାରେ କୁଳର କିମ୍ବା ପଙ୍ଖା ଥିଲେ ମଧ୍ୟ୍ୟ ବିଦ୍ୟୁତ ଯୋଗାଣ ନଥିବାରୁ ପ୍ରସୁତି/ଗର୍ଭବତୀ ମା ଓ ଛୁଆ ମାନେ ଗରମ ଓ ଗୁଳୁଗୁଳି ରେ ଡହକ ବିକଳ ହେଉଥିବା ଦେଖିବାକୁ ମିଳେ l ବିଜୁଳି ବିଛିନ୍ନ ଦ୍ଵାରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ କୁ ଡ୍ରେସିଂ କରିବାକୁ ଓ ହାତ ଧୋଇବlକୁ ଓ ପାଣି ପିଇବାକୁ ପାଣି ଟୋପାଏ ମିଳୁନାହିଁ l ଏଠାରେ ଥିବା ନଳକୂଅ ରୁପାଣି ଆଣି ସମସ୍ତ କାମ ହେଉଛି ଓ ସମସ୍ତ ବିଦ୍ୟୁତ ଚାଳିତ ଉପକରଣ ଅଚଳ ପଡିଛି l ଏ ନେଇ ସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀ କମଳିନୀ ଷଡ଼ଙ୍ଗୀ ଙ୍କୁ ଯୋଗାଯୋଗ କରିବାରୁ DFW ବିଭାଗ କୁ ମଞ୍ଜୁର କରିବା ପାଇଁ କାଗଜ ପତ୍ର ଦିଆଯାଇଛି ମଞ୍ଜୁର ହୋଇ ଆସିଲେ ବିଦ୍ୟୁତ ସଂଯୋଗ ହେବ ବୋଲି କହିଥିଲେ l ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି

