Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆ ଆଡାରେ ପୋଲିସର ଚଢ଼ାଉ; ୫ ଗିରଫ

ବେଲଗୁଣ୍ଠା: ବେଲଗୁଣ୍ଠା ପୋଲିସ୍ ମଙ୍ଗଳବାର ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ବେଲଗୁଣ୍ଠା ପୋଲିସ୍ ଏହି ଥାନା ଅନ୍ତର୍ଗତ ଜିରୋଳି ଗ୍ରାମର ପାଣିପମ୍ପ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ଗ୍ରାମର ନାରାୟଣ ସ୍ୱାଇଁ (34),କୁରୁଳାଇ ଗ୍ରାମର ନିରଞ୍ଜନ ସ୍ଵାଇଁ (34),ଗୋଲାପଡ଼ା ଗ୍ରାମର ରାଜେଶ୍ ଗୁରୁ, ପାଟରାପଲ୍ଲୀ ଗ୍ରାମର ରଞ୍ଜିତ୍ ନାଇକ (35) ଏବଂ ଜିରୋଳିର ରବୀନ୍ଦ୍ର ନାଇକ (37)ଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 22,430 ଟଙ୍କା, ପାଞ୍ଚୋଟି ମୋଟରସାଇକେଲ୍, ପାଞ୍ଚୋଟି ମୋବାଇଲ୍ ଏବଂ ଦୁଇ ପ୍ୟାକେଟ୍ ତାସ୍ ଜବତ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ।