Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପର ଓଭର ହାର ପରେ ପଡ଼ିଆରେ ତାତିଲେ ବୈଭବ ସୂର୍ଯ୍ୟବଂଶୀ, ଶ୍ରୀଲଙ୍କା ଖେଳାଳିଙ୍କ ସହ ଯୁକ୍ତିତର୍କ

ଡାମ୍ବୁଲାରେ ଖେଳାଯାଇଥିବା ଟ୍ରାଇ ସିରିଜ୍ ମ୍ୟାଚ୍‌ରେ ଭାରତ-ଏ ଦଳ ସୁପର ଓଭରରେ ଶ୍ରୀଲଙ୍କା-ଏ ଠାରୁ ପରାଜିତ ହେବା ପରେ ପଡ଼ିଆରେ ଉତ୍ତେଜନା ଦେଖାଦେଇଥିଲା। ମ୍ୟାଚ୍ ଶେଷ ପରେ ଭାରତର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ପରିସ୍ଥିତି କିଛି ସମୟ ପାଇଁ ତିକ୍ତ ହୋଇଯାଇଥିଲା।

ଶ୍ରୀଲଙ୍କା-ଏ ସୁପର ଓଭରରେ ୧୬ ରନ୍ ସଂଗ୍ରହ କରିଥିବା ବେଳେ ଭାରତ-ଏ କେବଳ ୧୦ ରନ୍ କରିପାରିଥିଲା। ସୁପର ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ବୈଭବ ସୂର୍ଯ୍ୟବଂଶୀ ଓ ସୂର୍ଯ୍ୟାଂଶ ଶେଡଗେ ଦଳକୁ ବିଜୟ ଦେଇପାରିନଥିଲେ। ପରାଜୟ ପରେ ଶ୍ରୀଲଙ୍କା ଖେଳାଳିମାନେ ଉତ୍ସବ ପାଳନ କରୁଥିବା ବେଳେ କୌଣସି କଥାକୁ ନେଇ ବୈଭବ ବିରକ୍ତ ହୋଇପଡ଼ିଥିଲେ ଏବଂ ଜଣେ ଶ୍ରୀଲଙ୍କା ଫିଲ୍ଡରଙ୍କ ସହ ବାକ୍‌ବିତଣ୍ଡାରେ ଜଡ଼ିଯାଇଥିଲେ। ସାଥୀ ଖେଳାଳିମାନେ ତାଙ୍କୁ ଶାନ୍ତ କରି ପଛକୁ ନେଇଯାଇଥିଲେ।

ଏହା ପୂର୍ବରୁ ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୨୬୫ ରନ୍ କରିଥିଲା। ସୂର୍ଯ୍ୟାଂଶ ଶେଡଗେ ୭୨ ଓ ବିପ୍ରଜ ନିଗମ ୫୧ ରନ୍ କରିଥିବା ବେଳେ ବୈଭବ ୨୧ ରନ୍‌ରେ ଆଉଟ୍ ହୋଇଥିଲେ। ଜବାବରେ ଶ୍ରୀଲଙ୍କା-ଏ ମଧ୍ୟ ୨୬୫ ରନ୍ କରି ମ୍ୟାଚ୍‌କୁ ସୁପର ଓଭରକୁ ନେଇଥିଲା। ସାଦୀରା ସମରବିକ୍ରମା ୯୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ସୁପର ଓଭରରେ ଶ୍ରୀଲଙ୍କା ବିଜୟ ହାସଲ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ