Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଧାନ ନା ନୂଆ ସମସ୍ୟାର ସୃଷ୍ଟି ?

ପଶ୍ଚିମବଙ୍ଗର ରାଜନୈତିକ ପରିସ୍ଥିତି ଏବେ ସବୁଠାରୁ ନାଟକୀୟ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିପୁଳ ବିଜୟ ପରେ ଆରମ୍ଭ ହୋଇଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି)ର କ୍ରମାଗତ ପତନ ।
ସଦ୍ୟ ନିର୍ବାଚିତ ଟିଏମସିର ବିଧାୟକମାନଙ୍କ ମଧ୍ୟରୁ ପ୍ରାୟ ୫୮ ଜଣ, ବାଚସ୍ପତିଙ୍କ ନିକଟରେ ବିରୋଧୀ ଦଳ ନେତା ପଦ ଦାବି କରିଛନ୍ତି। ଏହା ସହିତ ୨୦ ଜଣ ଟିଏମସି ସାଂସଦ ଏନଡିଏକୁ ସମର୍ଥନ ଘୋଷଣା କରିଛନ୍ତି। ଏହା କୌଣସି ପରାଜିତ ଆଞ୍ଚଳିକ ଦଳର ସାଧାରଣ ଅବସାନ ନୁହେଁ; ବରଂ ଏକ ସଂଗଠିତ ଏବଂ ଯୋଜନାବଦ୍ଧ ରାଜନୈତିକ ‘ଶିରୋଛେଦ’ ପରି ଦେଖାଯାଉଛି।
ଟିଏମସି ସାଂସଦ ମହୁଆ ମୈତ୍ର ଏହାକୁ ବିଜେପିର ଏକ “ଅପରେସନ” ବୋଲି କହିଛନ୍ତି । ତାଙ୍କ ମତରେ, ଏଥିରେ ପ୍ରଲୋଭନ, ସମାନ୍ତରାଳ ଗଠନ ଏବଂ ଧନବଳର ବ୍ୟବହାର ହୋଇଛି। ସେ ଏହି ଘଟଣାକୁ ବ୍ୟଙ୍ଗାତ୍ମକ ଭାବେ “କ୍ୟୁଙ୍କି ଗଦ୍ଦାର ଭି କଭି ସାଂସଦ ଥେ” ନାମକ ଧାରାବାହିକ ସହ ତୁଳନା କରିଛନ୍ତି।
ବିଜେପି ବନାମ ଟିଏମସି
ବିଜେପି ପାଇଁ ଏହା ରାଜନୈତିକ ସମୀକରଣ। ସ୍ୱଳ୍ପକାଳୀନ ଭାବେ ବିଜେପି ଯାହା ଚାହୁଁଥିଲା, ତାହା ହାସଲ କରିଛି । ଏକ ଖଣ୍ଡବିଖଣ୍ଡ ଓ ନିରୁତ୍ସାହିତ ବିରୋଧୀ ଦଳ । କିନ୍ତୁ ଭାରତୀୟ ରାଜନୀତିରେ କେବଳ ଗୋଟିଏ ପ୍ରତିଦ୍ୱନ୍ଦୀକୁ ହଟାଇଦେଲେ ମାର୍ଗ ସଫା ହୋଇଯାଏ ବୋଲି ଭାବିବା ପ୍ରାୟତଃ ଭୁଲ ପ୍ରମାଣିତ ହୋଇଛି।
ବାମପନ୍ଥୀ ଓ କଂଗ୍ରେସ ପାଇଁ ସୁଯୋଗ
୨୦୧୧ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟ ରାଜନୈତିକ ଲଢ଼େଇ ବାମ ଦଳ ଏବଂ କଂଗ୍ରେସ ମଧ୍ୟରେ ଥିଲା । ଟିଏମସିପରେ ଆବିର୍ଭାବ ପରେ ସେମାନଙ୍କ ରାଜନୈତିକ ପତିଆରା କମ ହୋଇଯାଇଥିଲା , କିନ୍ତୁ ସମ୍ପୂର୍ଣ୍ଣ ଲୁପ୍ତ ହୋଇନଥିଲେ।
ଆଜି ଟିଏମସି ଦୁର୍ବଳ ହୋଇଯାଇଥିବାରୁ ସେହି ରାଜନୈତିକ ସ୍ଥାନ ପୁଣି ଖାଲି ହୋଇଛି। ବାମପନ୍ଥୀ ଦଳ ଏବଂ କଂଗ୍ରେସ କେବଳ ବିଜେପି ବିରୋଧୀ ଏକ ବିଶ୍ୱସନୀୟ ବିକଳ୍ପ ଭାବେ ନିଜକୁ ପ୍ରତିଷ୍ଠା କରିପାରିଲେ ଯଥେଷ୍ଟ। ଔପଚାରିକତା ହେଉ କି କୌଶଳଗତ, କଂଗ୍ରେସ-ବାମ ମେଣ୍ଟ ବିଜେପି ବିରୋଧୀ ଭୋଟକୁ ଅଧିକ ଫଳପ୍ରଦ ଭାବେ ଏକତ୍ର କରିପାରେ।
ଇତିହାସର ପୁନରାବୃତ୍ତି
୨୦୧୧ ମସିହାରେ ଟିଏମସିର ଉଦୟ ବାମମୋର୍ଚ୍ଚାର ପତନ ଉପରେ ଆଧାରିତ ଥିଲା। ଆଜି ବିଜେପି ମଧ୍ୟ ଏକ ସମାନ ଚକ୍ରକୁ ପୁନରାବୃତ୍ତି କରୁଛି । ବିଦ୍ରୋହୀ ନେତାମାନଙ୍କ ଯୁକ୍ତି—‘ପରିବାରବାଦ’, ‘ବିକାଶର ଅଭାବ ଏବଂ କନସଲ୍ଟାଣ୍ଟ ନିର୍ଭର ରାଜନୀତି’ । କିନ୍ତୁ ସମୟ, ପରିମାଣ ଓ ଘଟଣାର ଧାରା ଦେଖିଲେ ଏହା ଏକ ସଂଗଠିତ ରାଜନୈତିକ ଅଭିଯାନ ପରି ଲାଗେ।
ବିଜେପିର ରଣନୀତିର ମୂଲ୍ୟ
ଭବିଷ୍ୟତ
୨୦୨୯ ନିର୍ଵାଚନ ବେଳକୁ ବିଜେପି ସମ୍ମୁଖରେ ଏକ ନୂଆ ଆହ୍ୱାନ ହୋଇ ପାରେ – ଗୋଟିଏ ସମସ୍ୟାର ସମାଧାନ କରି ଦୁଇଟି ନୂଆ ସମସ୍ୟା ସୃଷ୍ଟି ହେବା । କେବଳ ଟିଏମସି ସହ ଲଢ଼ିବା ପରିବର୍ତ୍ତେ ବିଜେପି କଂଗ୍ରେସ ଏବଂ ବାମପନ୍ଥୀ ଶକ୍ତିର ସାମ୍ନା କରିବାକୁ ପଡ଼ିପାରେ।
ବିଦ୍ରୋହୀ ନେତାମାନେ ମଧ୍ୟ ଏନଡିଏ ଭିତରେ ଏକାଠି ରହିବେ ବୋଲି ନିଶ୍ଚିତ ନୁହେଁ। ସମୟ ସହିତ ସେମାନେ ନୂଆ ଦଳ ଗଠନ କରିପାରନ୍ତି କିମ୍ବା ନୂଆ ସମସ୍ୟାର କାରଣ ହୋଇପାରନ୍ତି।
2026 ନିର୍ବାଚନ ଜିତି, ବିଜେପି କେବଳ ଏକ ରାଜନୈତିକ ଇତିହାସ ରଚି ନାହିଁ ବରଂ, ଭବିଷ୍ୟତରେ ନୂଆ ଶକ୍ତିମାନଙ୍କ ପାଇଁ ସ୍ଥାନ ସୃଷ୍ଟି କରିଛି।
ବିଜେପି ୨୦୨୬ରେ ଏକ ବଡ଼ ରାଜନୈତିକ ଯୁଦ୍ଧ ଜିତିଥାଇପାରେ। କିନ୍ତୁ ସେ ଏକା ସମୟରେ ଭବିଷ୍ୟତର ଅଧିକ ଜଟିଳ ସଂଘର୍ଷର ବୀଜ ମଧ୍ୟ ବପନ କରିଛି କି ନାହିଁ, ତାହା ଆଗାମୀ ଦିନ ନିର୍ଣ୍ଣୟ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ