Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ-ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ଚୁକ୍ତି, ଶୁକ୍ରବାରରୁ ଲାଗୁ ହେବ ସିଜଫାୟାର

ମଧ୍ୟପୂର୍ବରେ ଦୀର୍ଘ ସମୟ ଧରି ଚାଲିଥିବା ତନାତନି ମଧ୍ୟରେ ଏକ ବଡ଼ କୂଟନୈତିକ ସଫଳତା ସାମ୍ନାକୁ ଆସିଛି। ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ପ୍ରକାଶ ପାଇଛି। ଆମେରିକାର ଜଣେ ବରିଷ୍ଠ ଅଧିକାରୀ ରଏଟର୍ସକୁ ସୂଚନା ଦେଇ କହିଛନ୍ତି ଯେ, ଉଭୟ ପକ୍ଷ ଶୁକ୍ରବାର ସ୍ଥାନୀୟ ସମୟ ଅପରାହ୍ନ ୪ଟାରୁ ସିଜଫାୟାର ଲାଗୁ କରିବାକୁ ରାଜି ହୋଇଛନ୍ତି।

ସୂଚନା ଅନୁସାରେ, ଆମେରିକା ଓ କତାରର ମଧ୍ୟସ୍ଥତାରେ ଏହି ଚୁକ୍ତି ସମ୍ଭବ ହୋଇଛି। ଆଲୋଚନା ପ୍ରକ୍ରିୟାରେ ଇରାନ ମଧ୍ୟ ସହଯୋଗ କରିଥିବା ଜଣାପଡ଼ିଛି। ଗୁରୁବାର ଦିନ ହୋଇଥିବା ଗୁଳିବର୍ଷା ପରେ ଉଭୟ ପକ୍ଷ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଆମେରିକୀୟ ଅଧିକାରୀ କହିଛନ୍ତି।

ଏହି ଚୁକ୍ତି ଫଳରେ ଲେବାନନ-ଇସ୍ରାଏଲ ସୀମାରେ ଚାଲିଥିବା ହିଂସା ଓ ସାମରିକ ମୁକାବିଲାରେ ବିରାମ ଲାଗିବ ବୋଲି ଆଶା କରାଯାଉଛି। ତେବେ ଯୁଦ୍ଧବିରତିର ସର୍ତ୍ତାବଳୀ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅଧିକ ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।

ମଧ୍ୟପୂର୍ବରେ ଶାନ୍ତି ଫେରାଇ ଆଣିବା ଦିଗରେ ଏହି ଚୁକ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ