Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟରେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୩୨ଟି ପ୍ଲଟ୍, ୨ଟି ଫାର୍ମହାଉସ୍ ଓ ସୁନା ଗହଣା ଠାବ

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କ ବିଭିନ୍ନ ଠିକଣାରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୩୨ଟି ମୂଲ୍ୟବାନ ପ୍ଲଟ୍, ୨ଟି ଫାର୍ମହାଉସ୍, ପ୍ରାୟ ୩୦୦ ଗ୍ରାମ ସୁନା ଗହଣା, ନଗଦ ଟଙ୍କା ସହ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ଜୟପୁର ଭିଜିଲାନ୍ସ ଡିଭିଜନର ଏସ୍‌ପି ଏସ୍‌. ସୁଶ୍ରୀଙ୍କ କହିବାନୁସାରେ, ସେଠୀଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ପରେ ଏହି ଚଢ଼ାଉ କରାଯାଇଥିଲା। ତଦନ୍ତ ସମୟରେ ଏକ ଫ୍ଲାଟ୍, ବ୍ୟାଙ୍କ ଓ ଡାକଘର ଜମାରାଶି ମଧ୍ୟ ଚିହ୍ନଟ ହୋଇଛି, ଯାହାର ମୂଲ୍ୟାଙ୍କନ ଓ ଯାଞ୍ଚ ଚାଲିଛି।

ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସତ୍ୟନାରାୟଣ ସେଠୀ ୧୯୯୮ ମସିହାରେ ମାସିକ ୭,୧୦୦ ଟଙ୍କା ଦରମାରେ ଜୁନିୟର ଇଞ୍ଜିନିୟର ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ହୋଇଥିବାବେଳେ ତାଙ୍କ ସମ୍ପତ୍ତିର ଉତ୍ସ ନେଇ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ