Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତ ଥରିଲା; ୬.୨ ତୀବ୍ରତାର ଭୂକମ୍ପ, ଲୋକେ ଭୟରେ ଘରୁ ବାହାରିଲେ

ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଭାରତୀୟ ସମୟ ସନ୍ଧ୍ୟା ୭ଟା ୦୪ ମିନିଟ୍‌ରେ ଏହି ଭୂକମ୍ପ ଘଟିଥିବାବେଳେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୧୫ କିଲୋମିଟର ଗଭୀରରେ ଥିଲା। ଝଟକା ଅନୁଭୂତ ହେବାମାତ୍ରେ ଘର ଓ କାର୍ଯ୍ୟାଳୟରେ ଥିବା ଲୋକମାନେ ଭୟଭୀତ ହୋଇ ବାହାରକୁ ଦୌଡ଼ି ଆସିଥିଲେ।

ଦିଲ୍ଲୀ ବ୍ୟତୀତ ଜମ୍ମୁ-କାଶ୍ମୀର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଏହା ସହ ଆଫଗାନିସ୍ତାନ, ପାକିସ୍ତାନ, ଚୀନ, ତାଜାକିସ୍ତାନ, ଉଜବେକିସ୍ତାନ, କିର୍ଗିସ୍ତାନ ଏବଂ ତୁର୍କମେନିସ୍ତାନରେ ମଧ୍ୟ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଉତ୍ତର-ପଶ୍ଚିମ ଭାରତର ଅନେକ ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି।

ତେବେ ଏପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି କିମ୍ବା ବଡ଼ ଦୁର୍ଘଟଣାର ଖବର ମିଳିନାହିଁ। ପ୍ରଶାସନ ସ୍ଥିତି ଉପରେ ନଜର ରଖିଥିବାବେଳେ ଲୋକଙ୍କୁ ଆତଙ୍କିତ ନହୋଇ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ