Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତର ଆନ୍ଦୋଳନରେ ସୁନ୍ଦରଗଡ଼ ମେଡିକାଲ ଅଚଳ, ସ୍ୱାସ୍ଥ୍ୟସେବା ବ୍ୟାହତ

ଆଜିଠାରୁ ରାଜ୍ୟବ୍ୟାପୀ ଅନିର୍ଦିଷ୍ଟକାଳୀନ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଡାକ୍ତରମାନେ। ଓମ୍‌ସାର ଆହ୍ୱାନ କ୍ରମେ ୧୦ ଦଫା ଦାବି ପୂରଣ ଦାବିରେ ଡକ୍ଟର୍ସ ଡେ’ ଅବସରରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛନ୍ତି।

ତେବେ ଏହି ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି | ସେଠାରେ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଛି। ଦୂରଦୂରାନ୍ତରୁ ୧୫୦ରୁ ୨୫୦ କିଲୋମିଟର ଯାତ୍ରା କରି ଆସୁଥିବା ରୋଗୀମାନେ ଡାକ୍ତରଙ୍କୁ ନପାଇ ନିରାଶ ହୋଇ ଫେରୁଛନ୍ତି। ବୃଦ୍ଧ, ଗୁରୁତର ରୋଗୀ ଓ ଦିବ୍ୟାଙ୍ଗଙ୍କ ପରିବାର ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ସରକାର ଓ ଡାକ୍ତର ସଂଘ ମଧ୍ୟରେ ଆଲୋଚନା କରି ସ୍ୱାସ୍ଥ୍ୟସେବା ସ୍ୱାଭାବିକ କରିବାକୁ ରୋଗୀ ଓ ସେମାନଙ୍କ ପରିବାର ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ