ଘରୁ ନିଖୋଜ ହେଲେ ନାବାଳିକା ,ଥାନାରେ ଅଭିଯୋଗ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଭୈରବନଗର ପଡ଼ାରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ତାଙ୍କ ବାପା ଜୁନାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ୨୭ ତାରିଖ ସନ୍ଧ୍ୟାରେ ୧୩ ବର୍ଷୀୟା ନାବାଳିକା ଘର ବାହାରକୁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଏହାପରେ ପରିବାର ପକ୍ଷରୁ ଅପହରଣ ସନ୍ଦେହ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏହି ଘଟଣାର ତଦନ୍ତ ଜୁନାଗଡ଼ ପୋଲିସ ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀ ଏସ୍ଆଇ ସୋନାଲିସା ବିଶ୍ୱାଳ କହିଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ଛାତ୍ରୀଙ୍କ ସନ୍ଧାନ ପାଇଁ ତଦନ୍ତ ଜାରି ରହିଛି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।

