ପୋଲିସର ଏନ୍କାଉଣ୍ଟରରେ ଅଭିଯୁକ୍ତ ନଫିସ ଆହତ
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିକଟସ୍ଥ ପାଟଲା ଜଙ୍ଗଲରେ ଚୋରି ମାମଲାର ଅଭିଯୁକ୍ତ ମହମ୍ମଦ ନଫିସଙ୍କୁ ପୋଲିସ ଏନ୍କାଉଣ୍ଟର କରିଛି।ରିପୋର୍ଟ ଅନୁଯାୟୀ, ରବିବାର ଝାଡ଼ଖଣ୍ଡର ମାଝିଗାଁରୁ ନଫିସଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସୋମବାର ସକାଳେ ପୋଲିସ ତାଙ୍କୁ ପାଟଲା ଜଙ୍ଗଲକୁ ନେଇ ସେଠାରେ ଲୁଚାଇ ରଖିଥିବା ଚୋରି ସାମଗ୍ରୀ ଉଦ୍ଧାର କରିଥିଲା।
ପୋଲିସର ସୂଚନା ଅନୁସାରେ, ଚୋରି ସାମଗ୍ରୀ ରଖାଯାଇଥିବା ସ୍ଥାନ ଦେଖାଇବା ସମୟରେ ନଫିସ ହଠାତ୍ ଜଙ୍ଗଲରେ ପୂର୍ବରୁ ଲୁଚାଇ ରଖିଥିବା ଏକ ବନ୍ଧୁକ ବାହାର କରି ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା। ଏହାର ଜବାବରେ ପୋଲିସ ଗୁଳି ଚଳାଇଥିଲା। ଏହି ସମୟରେ ନଫିସଙ୍କ ଗୋଡ଼ରେ ଗୁଳି ବାଜିଥିଲା ଏବଂ ସେ ଆହତ ହୋଇଥିଲେ। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଚମ୍ପୁଆ ହସ୍ପିଟାଲକୁ ପଠାଯାଇଥିଲା। ଅଭିଯୁକ୍ତ ନଫିସର ନାମରେ ପୂର୍ବରୁ ଚମ୍ପୁଆ ଥାନା ଅଞ୍ଚଳରେ ଘର ଭାଙ୍ଗି ଚୋରି କରିବା ସମେତ ଏକାଧିକ ମାମଲା ରହିଛି।

