Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେସଲର ପ୍ରସଙ୍ଗରେ ନିରବତା ଦଳକୁ ମହଙ୍ଗା ପଡ଼ିପାରେ, ଛବି ଖରାପ ହୋଇପାରେ: ବିଜେପି ନେତା

ନୂଆଦିଲ୍ଲୀ: କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଉପରେ ହରିୟାଣାର ବିଜେପି ନେତା ବୀରେନ୍ଦ୍ର ସିଂ ବଡ଼ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ପାର୍ଟିକୁ ନିରବତାର ପରିଣାମ ଭୋଗିବାକୁ ପଡ଼ିପାରେ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ପହିଲମାନଙ୍କ ପ୍ରଦର୍ଶନକୁ ନେଇ ବିଜେପିର ଚିନ୍ତା ବଢିବାରେ ଲାଗିଛି। ରାଜ୍ୟର ଅଧିକାଂଶ ନେତା ଏହି ମାମଲାରେ ନିରବ ଅଛନ୍ତି ଏବଂ କିଛି ହାତ ଗଣତି ନେତା ସାମ୍ନାକୁ ଆସି କୁସ୍ତିଯୋଦ୍ଧାଙ୍କ ନ୍ୟାୟ ଦାବିକୁ ସମର୍ଥନ କରିଛନ୍ତି।

ରାଜ୍ୟର ବିଜେପି ନେତା ବୀରେନ୍ଦ୍ର ସିଂ ସ୍ଵୀକାର କରିଛନ୍ତି ଯେ, ମାମଲାରେ ଚୁପ୍ ରହିବା ପାର୍ଟିକୁ ମହଙ୍ଗା ପଡ଼ିପାରେ। ପ୍ରଦର୍ଶନକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଥିବା ୩ ପହିଲମାନ ସାକ୍ଷୀ ମଲିକ, ଭିନେଶ ଫୋଗାଟ୍ ଏବଂ ବଜରଙ୍ଗ ପୁନିଆ ହରିୟାଣାର। ବିଜେପି ନେତା କହିଛନ୍ତି, କିଛି ଏମିତି ପ୍ରସଙ୍ଗ ରହିଛି ଯାହାକୁ ପାର୍ଟିର ନୀତି ଆଧାରରେ ମୁକାବିଲା କରାଯିବାର ଆବଶ୍ୟକତା ରହିଛି। ସମସ୍ତଙ୍କଠାରେ ମନ କଥା କହିବାର କେବଳ ସାହାସ ରହିବା ଉଚିତ୍ ନୁହେଁ ବରଂ ତୃଣମୂଳ ସ୍ତରର ପ୍ରସଙ୍ଗ ଏବଂ ସତ୍ୟକୁ ଶୁଣିବା ଓ ବୁଝିବା ବି ନିହାତି ଆବଶ୍ୟକ। କୁସ୍ତିଯୋଦ୍ଧାଙ୍କୁ ନେଇ ସେ କହିଛନ୍ତି, ଏହା ପଛରେ କାରଣ ଯାହା ବି ହେଉ, ଯଦି ମାମଲାର ସମାଧାନ ନକରାଯାଏ ତେବେ ତୃଣମୂଳ ସ୍ତରରେ ପାର୍ଟିର ଛବିକୁ ଝଟକା ଲାଗିପାରେ।

ଏହା ପୂର୍ବରୁ ରେସଲରମାନେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସମର୍ଥନ ଏବଂ ହସ୍ତକ୍ଷେପ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଏହା କହି ମାମଲାରୁ ଦୂରେଇଗଲେ ଯେ, ଏହା ହରିୟାଣାର ପ୍ରସଙ୍ଗ ନୁହେଁ। ଏହା ଖେଳାଳି ଏବଂ କେନ୍ଦ୍ର ମଧ୍ୟରେ ମାମଲା। ସୁପ୍ରିମକୋର୍ଟ ପ୍ରଥମରୁ ଏଫଆଇଆର ରୁଜୁ କରିବାକୁ ଆଦେଶ ଦେଇଥିଲେ ଏବଂ ମାମଲାର ତଦନ୍ତ ଚାଲିଛି ବୋଲି ଖଟ୍ଟର କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ