ଦୁଇ ଅଜଗର ସାପ ଉଦ୍ଧାର କଲେ ଗ୍ରାମବାସୀ ସୁରକ୍ଷିତ ଭାବେ ଜଙ୍ଗଲ ରେ ଛାଡିଲେ।
କଳାହାଣ୍ଡି,୦୯/୦୭
କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧିନସ୍ଥ କାଉଡୋଳା ଗ୍ରାମରେ ବୁଧବାର ରାତି ରେ ଏକ ଅଜଗର ସାପ କୁ ଚାଷଜମିରୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଅଜଗର ସାପ ଟି ରାତିରେ ରାସ୍ତା ରେ ଯାଉଥିବା ବେଳେ ଜଣେ ବାଇକ ଚାଳକ ସାପ ଟି କୁ ଦେଖି ଗାଁ ଲୋକ ଙ୍କୁ ଖବର ଦେଇଥିଲେ। ଖବର ପାଇ ଗ୍ରାମବାସୀ ସାପ କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଳ ରେ ଛାଡିଥିବା ବେଳେ ପୁଣି ଗୁରୁବାର ସକାଳୁ ଆଉ ଏକ ଅଜଗର ସାପ ଜମି ରୁ ଉଦ୍ଧାର କରା ଯାଇଛି। ଗ୍ରାମବାସୀ ମାନେ ସେହି ଅଜଗର ସାପ କୁ ମଧ୍ୟ ଉଦ୍ଧାର କରି ସୁରକ୍ଷିତ ଭାବେ ଗାଁ ନିକଟରେ ଥିବା ଜଙ୍ଗଲ ରେ ଛାଡିଛନ୍ତି।ଖାଦ୍ୟ ଅନ୍ବେଷଣରେ ଅଜଗର ସାପ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି। ତେବେ ଜଙ୍ଗଲ ବିଭାଗ ପକ୍ଷରୁ ସରୀସୃପ ଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି।

