Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଁ ବିଜେପିରେ ତ ଅଛି, କିନ୍ତୁ ଏହା ମୋ ପାର୍ଟି ନୁହେଁ…ପଙ୍କଜା ମୁଣ୍ଡେଙ୍କ ବିଦ୍ରୋହୀ ଆଭିମୁଖ୍ୟ

ନୂଆଦିଲ୍ଲୀ: ବିଦ୍ରୋହ ଆଭିମୁଖ୍ୟରେ ନଜର ଆସୁଛନ୍ତି ବିଜେପି ନେତା ପଙ୍କଜା ମୁଣ୍ଡେ। ସେ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯେଉଁଥିରୁ ସ୍ପଷ୍ଟ ଲାଗୁଛି ଯେ, ବିଜେପି ପ୍ରତି ସେ କେତେ ଅସନ୍ତୁଷ୍ଟ ଅଛନ୍ତି। ଦିଲ୍ଲୀରେ ରାଷ୍ଟ୍ରୀୟ ସମାଜ ପାର୍ଟି ପକ୍ଷରୁ ଅହଲ୍ୟା ଦେବୀ ହୋଲକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପଙ୍କଜା ମୁଣ୍ଡେ ଦେଇଥିବା ବୟାନ ବର୍ତ୍ତମାନ ରାଜନୀତିରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍ଯ୍ୟକ୍ରମରେ ପଙ୍କଜା କହିଛନ୍ତି, ମୁଁ ବିଜେପିରେ ତ ଅଛି, କିନ୍ତୁ ବିଜେପି କେବେ ବି ମୋର ହୋଇ ପାରିବ ନାହିଁ।

ସେ ଏହା ମଧ୍ୟ କହିଛନ୍ତି, ଯଦି ପିତାଙ୍କ ସହ ଝଗଡ଼ା ହୁଏ ତେବେ ଭାଇ ପାଖକୁ ଯାଇ ପାରିବେ, ରାଷ୍ଟ୍ରୀୟ ସମାଜ ପାର୍ଟି ତ ମୋର ବାପଘର। ଏହି ସମାରୋହରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ଉପସ୍ଥିତ ଥିଲେ। ପଙ୍କଜାଙ୍କ ଏମିତି ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ମହାରାଷ୍ଟ୍ର ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବନକୁଲେ କହିଛନ୍ତି, ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ପାର୍ଟି ପ୍ରତି ଅସନ୍ତୁଷ୍ଟ ନାହାନ୍ତି। ମୁଁ ତାଙ୍କର ପୂରା ଭାଷଣ ଦେଖିଛି ଏବଂ ଶୁଣିଛି। ତାଙ୍କ ବୟାନକୁ ଭୁଲ୍ ଭାବେ ଉପସ୍ଥାପନ କରାଯାଉଛି।

ସେ ଏହା ମଧ୍ୟ କହିଛନ୍ତି, ପଙ୍କଜାଙ୍କ ବୟାନକୁ ସର୍ବଦା କଦର୍ଥ କରି ଉପସ୍ଥାପନ କରାଯାଉଛି। ପଙ୍କଜା ମହାରାଷ୍ଟ୍ରରେ ପାର୍ଟିକୁ ସୁଦୃଢ କରିବାର କାମ କରୁଛନ୍ତି। ଅନ୍ୟପଟେ ପଙ୍କଜାଙ୍କ ବିଦ୍ରୋହ ଆଭିମୁଖ୍ୟ ଦେଖି ଶିବସେନା ଉଦ୍ଧବ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ କହିଛନ୍ତି, ଫଳାଫଳକୁ ଚିନ୍ତା ନକରି ପଙ୍କଜାଙ୍କୁ ନିଷ୍ପତ୍ତି ନେବା ଉଚିତ୍। ଅନ୍ୟପଟେ ଏନସିପିର ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ୍ କହିଛନ୍ତି, ବିଜେପି ନିଜର ନିଷ୍ଠାବାନ କର୍ମକାର୍ତ୍ତାଙ୍କ ସହିତ ଅନ୍ୟାୟ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ