Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖାକି ପୋଷାକରେ ଲାଗିଲା ଦାଗ, ଅଧରାତିରେ ମହିଳାଙ୍କ ଘରେ ପଶି ଧରାପଡ଼ିଲେ ଏଏସ୍‌ଆଇ

ଖାକି ପୋଷାକ ଉପରେ ପୁଣି ଲାଗିଛି କଳଙ୍କର ଦାଗ। ନୟାଗଡ଼ ଜିଲ୍ଲା ରଣପୁର ଥାନାର ଜଣେ ଏଏସ୍‌ଆଇଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ସେ ପରିବାର ଲୋକଙ୍କ ହାତରେ ଧରାପଡ଼ିଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବ୍ୟାପକ ଆଲୋଚନା ଚାଲିଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ଏଏସ୍‌ଆଇ ପ୍ରଶାନ୍ତ ପରିଡା ପୂର୍ବରୁ ଉକ୍ତ ମହିଳାଙ୍କ ଘରେ ଭଡ଼ାରେ ରହୁଥିଲେ। କିଛିଦିନ ତଳେ ସେ ଅନ୍ୟତ୍ର ରହିବାକୁ ଚାଲିଯାଇଥିଲେ। ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସେ ପୁଣି ସେହି ଘରକୁ ପଶିଥିବା ବେଳେ ପରିବାର ସଦସ୍ୟମାନେ ତାଙ୍କୁ କାବୁ କରିଥିଲେ। ପରେ ସ୍ଥାନୀୟ ଲୋକେ ମଧ୍ୟ ସେଠାରେ ପହଞ୍ଚି ତାଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ପରେ ସେ କ୍ଷମା ମାଗିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଏପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନାହିଁ। ତେବେ ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ନୟାଗଡ଼ ପୁଲିସର ଭାବମୂର୍ତ୍ତିକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ ସତ୍ୟାସତ୍ୟ ଓ ପରିସ୍ଥିତିକୁ ନେଇ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories