Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋଗୀ ହୋଇ ଡାକିଲେ ଡାକ୍ତର ଙ୍କ ହାତ ଗୋଡ ବାନ୍ଧି ଲୁଟି ନେଲେ।୮୦ ହଜାର ଟଙ୍କା ଓ ୫୪ ଗ୍ରାମ ର ସୁନା ଅଳଙ୍କାର,କଳାକନା ବୁଲାଇ ଚାଲିଗଲେ।

କଳାହାଣ୍ଡି,୧୧/୦୭
ଧର୍ମଗଡ଼ ସହରର କେନ୍ଦ୍ର ସ୍ଥଳ ତଥା ଉପ ଜିଲ୍ଲାପାଳ ଙ୍କ ବାସଭବନ କାନ୍ଥ କୁ ଲାଗି ରହିଥିବା ଡାକ୍ତରଙ୍କ ସରକାରୀ ବାସଭବନ ରୁ ଗତ କାଲି ରାତିରେ ଏକ ବଡ଼ ଧରଣର ଡକାୟତି ହୋଇ ଯାଇଛି। ମୁଖା ପିନ୍ଧା ଡକାୟତ ମାନେ ଡାକ୍ତର ଙ୍କ ହାତ ଗୋଡ ବାନ୍ଧି ମୁଁହ ରେ କନା ଗେଞ୍ଜି ଘରୁ ୭୦-୮୦ ହଜାର ଟଙ୍କା ସହ ପ୍ରାୟ ୫୪ ଗ୍ରାମ ର ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇ ଯାଇଛନ୍ତି । ଏହି ଘଟଣା ଟି ଏବେ ସହର ରେ ମୂଖ୍ୟ ଚର୍ଚ୍ଚା ର ବିଷୟ ହୋଇଛି । ଗୁରୁତର ବିଷୟ ହେଲା ସହର ର ମୂଖ୍ୟ ସଡକ କଡ ତଥା ଉପଜିଲ୍ଲାପାଳ ଙ୍କ ଆବାସିକ ଘର କଡ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ କାର୍ଯ୍ୟାଳୟ ରୁ ମାତ୍ର କେଇ ମିଟର ଦୂର ରେ ଥିବା ଡାକ୍ତର ଙ୍କ ଆବାସ ରୁ ଏହି ଡକାୟତି ହୋଇଛି ।
ସୂଚନା ମତେ ଧର୍ମଗଡ଼ ସରକାରୀ ଚିକିତ୍ସାଳୟ ପରିସର ରେ ରହୁଥିବା କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅଜିତ କୁମାର ଦାସ ଗତ କାଲି ଘରେ ସୋଇଥିବା ବେଳେ ରାତିରେ ପ୍ରାୟ ୧ଘଣ୍ଟା ୧୫ ମିନିଟ ସମୟ ରେ ଡକାୟତ ମାନେ କବାଟ ବାଡେଇ ଥିଲେ। ରୋଗୀ ହୋଇଥିବେ ଭାବି ଡାକ୍ତର କବାଟ ଖୋଲିବା ମାତ୍ରେ ୪ଜଣ ମୁଖା ପିନ୍ଧା ଡ଼କାୟତ ଘର ଭିତରକୁ ପଶି ଆସି ଡାକ୍ତରଙ୍କୁ କାବୁ କରି ହାତ ଗୋଡ଼ କୁ ବାନ୍ଧି ପକାଇବା ସହ ମୁହଁରେ କପଡା ଗେଞ୍ଜୀ ସେଲୋ ଟେପ୍ ଲଗାଇ ଦେଇଥିଲେ।
ଏସବୁ ଭିତରେ କିନ୍ତୁ ଡାକ୍ତର ଦାସ ସାହସ କରି ଜଣେ ଡ଼କାୟତ ଙ୍କ ପକେଟରୁ ବନ୍ଧୁକ ଛଡ଼ାଇ ନେଇ ଫାୟାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗୁଳି ଫୁଟି ନଥିଲା। ତିନିଜଣ ଡ଼କାୟତ ଡାକ୍ତରଙ୍କୁ ପୁଜା ଘର ଭିତରେ ଜଗି ବସିଥିଲା ବେଳେ ଚତୁର୍ଥ ଡ଼କାୟତ ଜଣକ ବେଡ ରୁମ ରେ ଥିବା ଆଲମିରା ଖୋଲି ଟଙ୍କା ନେଇ ଯାଇଥିଲେ। ଆଲମିରା ରେ ଥିବା ପ୍ରାୟ ୭୦-୮୦ ହଜାର ଟଙ୍କା ଏବଂ ଡାକ୍ତରଙ୍କ ପର୍ସ ରେ ଥିବା ୨ହଜାର ସହ ଡାକ୍ତର ପିନ୍ଧିଥିବା ୫୪ ଗ୍ରାମ ର ସୁନା ଚେନ ଓ ଦୁଇଟି ମୁଦି ନେଇ ଡ଼କାୟତ ମାନେ ଫେରାର ମାରିଥିଲେ। ପରେ ଡାକ୍ତର କୌଣସି ମତେ ହାତ ଖୋଲି ଅନ୍ୟ କର୍ମଚାରୀ ଙ୍କୁ ଫୋନ୍ କରି ଡାକି ଉଦ୍ଧାର ହୋଇ ଥିଲେ । ଡ଼ାକ୍ତର ଙ୍କ କହିବା ଅନୁସାରେ ଦୃର୍ବୁତ୍ତ ଚାରିଜଣ ସମସ୍ତେ ମୁଖା ପିନ୍ଧି ଥିବା ବେଳେ ସମସ୍ତ ଙ୍କ ବୟସ ପ୍ରାୟ ୧୮-୨୫ ବର୍ଷ ମଧ୍ୟ ରେ ହେବ । ଏହି ଖବର ପାଇ ଧର୍ମଗଡ ଆଇ ଆଇ ସି ସୁଦର୍ଶନ ନାଏକ ଘଟଣା ସ୍ଥଳ ରେ ପହଞ୍ଚି ସାଇଣ୍ଟୀ ଫିକ୍ ଟିମ ଓ ଡଗ ସ୍କ୍ୱର୍ଡ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ଗତ ବୁଧବାର ଦିନ ଜେନିକ ଆଇନଜୀବୀଙ୍କ ଘରୁ ଚୋର ମାନେ ଝରକା ଗ୍ରୀଲ୍ କାଟି ଲକ୍ଷାଧିକ ଟଙ୍କା ର ଅଳଙ୍କାର ସହ ନଗଦ ଟଙ୍କା ଚୋରି କରି ନେଇ ଥିଲେ । କିଛଦିନ ଧରି ଧର୍ମଗଡ଼ ସହରର କ୍ରମାଗତ ଭାବେ ଚୋରୀ, ରାହାଜାନୀ, ଡକାୟତି ଓ ଗାଡ଼ି ଚୋରୀ ବୃଦ୍ଧି ପାଇଥିଲା ବେଳେ ସ୍ଥାନୀୟ ପୋଲିସ୍ ର ଭୂମିକା କୁ ନେଇ ଲୋକେ ଆତଙ୍କିତ ଅବସ୍ଥା ରେ ରହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ