ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ର ୩୭ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ।
କଳାହାଣ୍ଡି,୧୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ହାଇୟର ସେକେଣ୍ଡାରୀ ସ୍କୁଲ ର ୩୭ ତମ ପ୍ରତିଷ୍ଠା ଦିବସ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଉଛି। କାର୍ଯ୍ୟକ୍ରମ ର ପ୍ରଥମ ଅଧିବେଶନରେ ବରିଷ୍ଠ ଶିକ୍ଷା ବିଦ ତ୍ରିନାଥ ଠାକୁର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ଵକ୍ତା ବରିଷ୍ଠ ଶିକ୍ଷାବିଦ ବନମାଳୀ ମାଝୀ, ସମ୍ମାନିତ ଅତିଥି ଭାବେ ଅଵସର ପ୍ରାପ୍ତ ଶିକ୍ଷକ ହେମନ୍ତ ଚନ୍ଦ୍ର ସାହୁ, ମଦନ ସିଂ ମାଝୀ, ଖଗେଶ୍ବର ଚୌଧୁରୀ,ଶ୍ରୀମନ୍ତ ପାଢ଼ୀ, ଗୁଣନିଧି ବାଗ, ଅଵସର ପ୍ରାପ୍ତ ଅଧ୍ୟାପକ ପ୍ରେମାନନ୍ଦ ସାହା, ପଙ୍କଜ ମୁଖ ଚୌଧୁରୀ ପ୍ରମୁଖ ମଞ୍ଚ ରେ ଉପସ୍ଥିତ ଥିଲେ। ସେକେଣ୍ଡାରୀ ସ୍କୁଲ ର ଅଧ୍ୟକ୍ଷ ଡ଼. ନିହାରକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ପ୍ରତିଷ୍ଠା ସମାରୋହ ରେ ଉପସ୍ଥିତ ଅତିଥିମାନେ ଦିର୍ଘ ୩୭ ବର୍ଷ ର ଶିକ୍ଷା ର ଆଲୋକ ବର୍ତ୍ତିକା ବାଣ୍ଟିଥିବା ଏହି ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ କରି ଅଞ୍ଚଳ ରେ ଅନେକ ଛାତ୍ରଛାତ୍ରୀ ମାନେ ଜୀବନ ର ସୋପାନ ରେ ଜଣେ ଜଣେ ସଫଳ ମଣିଷ ହୋଇ ଅଞ୍ଚଳ ପାଇଁ ଗର୍ଵ ଓ ଗୌରବ ଆଣିଛନ୍ତି ବୋଳି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଶିକ୍ଷା ବର୍ଷ ୨୫/୨୬ ରେ କଲେଜ ପାଇଁ ଉତ୍କୃଷ୍ଟ ମାର୍କ ରଖି ଗୌରବ ଆଣିଥିବା ୩୦ ଜଣ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହ ନିୟମିତ ଉପସ୍ଥାନ ଓ ଭଲ ମାର୍କ ରଖିଥିବା ଛାତ୍ରୀ ତୃପ୍ତି ମାଝୀ ଓ ବିନି ଦାସ ଶିକ୍ଷାନୁଷ୍ଠାନ ର ଅଧ୍ୟାପକ ଶଙ୍କର ସତନାମୀ, ଭାଗବତ କଟା, ତୁଳସିରାମ ବାଗ, ଦିବାକର ଦୁର୍ଗା ଙ୍କୁ ଶିକ୍ଷା କ୍ଷେତ୍ରରେ ଦକ୍ଷତା ଓ ପାରିଦର୍ଶିତା କୁ ନେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ର ୧୨ ଜଣ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ଓ ଭାରତ ଭୂଷଣ ଠାକୁର ଙ୍କ ନିର୍ଦେଶନା ରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ କୁ ସେକେଣ୍ଡାରୀ ସ୍କୁଲ ର କର୍ମଚାରୀ ବିଭଞ୍ଜନ ସାହୁ, ଭାନୁମତି ମାଝୀ,ସ୍ୱପ୍ନା ନାଏକ ସହଯୋଗ କରିଥିବା ବେଳେ ପ୍ରଶାନ୍ତ କୁମାର ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ।

