Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଂଲାଦେଶ ଫେରିଲେ ଜେଲ୍ ଯିବେ ଶେଖ୍ ହାସିନା, ବିଦେଶ ରାଷ୍ଟ୍ରମନ୍ତ୍ରୀଙ୍କ କଡ଼ା ଚେତାବନୀ

ବାଂଲାଦେଶ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଦେଶକୁ ଫେରିଲେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯିବ ବୋଲି ବାଂଲାଦେଶ ସରକାର ସ୍ପଷ୍ଟ କରିଛନ୍ତି। ବିଦେଶ ରାଷ୍ଟ୍ରମନ୍ତ୍ରୀ ଶାମା ଓବାଏଦ ଇସଲାମ କହିଛନ୍ତି, ଶେଖ୍ ହାସିନା ଭାରତରେ ହେଉ କି ବାଂଲାଦେଶରେ, ଯେଉଁଠାରେ ବି ଆତ୍ମସମର୍ପଣ କରନ୍ତୁ, ପ୍ରଥମେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ଗତ ମାସରେ ଏକ ସାକ୍ଷାତ୍କାରରେ ଶେଖ୍ ହାସିନା ଚଳିତ ବର୍ଷ ମଧ୍ୟରେ ବାଂଲାଦେଶକୁ ଫେରିବେ ବୋଲି ଘୋଷଣା କରିଥିଲେ। ୨୦୨୪ ଅଗଷ୍ଟ ୫ରେ ଛାତ୍ର ଆନ୍ଦୋଳନ ପରେ ତାଙ୍କ ସରକାରର ପତନ ଘଟିଥିଲା ଏବଂ ସେହିଠାରୁ ସେ ଭାରତରେ ଅବସ୍ଥାନ କରୁଛନ୍ତି। ବାଂଲାଦେଶର ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ ଛାତ୍ର ଆନ୍ଦୋଳନ ସମୟରେ ମାନବତା ବିରୋଧୀ ଅପରାଧ ମାମଲାରେ ତାଙ୍କୁ ଅନୁପସ୍ଥିତିରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଛନ୍ତି।

ତେବେ ଶେଖ୍ ହାସିନା ଏହି ରାୟକୁ ରାଜନୈତିକ ପ୍ରତିହିଂସା ଓ ଅସାମ୍ବିଧାନିକ ପ୍ରକ୍ରିୟାର ଫଳ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଆୱାମୀ ଲିଗ୍‌କୁ ଦୁର୍ବଳ କରିବା ପାଇଁ ବିଚାର ବ୍ୟବସ୍ଥାକୁ ବ୍ୟବହାର କରାଯାଉଛି। ଗିରଫ କିମ୍ବା ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ନିଜ ଦେଶକୁ ଫେରିବାକୁ ସେ ପ୍ରସ୍ତୁତ ଥିବା କହିବା ସହ ନିଜ ଜନ୍ମଭୂମିରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ