Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ୍ମଦିନରେ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଦିଲ୍ଲୀ ପୁଲିସ କନଷ୍ଟେବଳ! ଘଟଣାସ୍ଥଳରୁ ଫେରାର

ନୂଆଦିଲ୍ଲୀ: ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଦିଲ୍ଲୀ ପୁଲିସର କନଷ୍ଟେବଳ ମନୀଷ ଭାଟି ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କୁ ରାସ୍ତା ଉପରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଛି।

ସୂଚନା ଅନୁସାରେ, ସୋମବାର ସକାଳେ ଉଭୟ ସ୍କୁଟରରେ ଯାଉଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା | ଏହାପରେ ମନୀଷ ଗାଡ଼ି ଅଟକାଇ ସ୍ତ୍ରୀଙ୍କ ସହ ଝଗଡ଼ା କରିଥିଲେ ଏବଂ ହଠାତ୍ ତାଙ୍କୁ ଗୁଳି କରି ରାସ୍ତାରେ ଛାଡ଼ି ପଳାଇ ଯାଇଥିଲେ। ଏହାପରେ ଜଣେ ଡେଲିଭରି କର୍ମଚାରୀ ପ୍ରିୟଙ୍କାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲାଲ ବାହାଦୁର ଶାସ୍ତ୍ରୀ (LBS) ହସ୍ପିଟାଲକୁ ନେଇଥିଲେ, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୃତକ୨୬ ବର୍ଷୀୟା ପ୍ରିୟଙ୍କା ଜଣେ ଶିକ୍ଷୟିତ୍ରୀ ଥିବାବେଳେ ମନୀଷ ଭାଟି ସମ୍ପ୍ରତି ପୂର୍ବ ଦିଲ୍ଲୀର ଆଣ୍ଟି ଅଟୋ ଥେଫ୍ଟ ସ୍କ୍ୱାଡ୍ (AATS)ରେ କାର୍ଯ୍ୟରତ ଥିଲେ। ଉଲ୍ଲେଖଯୋଗ୍ୟ, ଯେଉଁ ଦିନ ଏହି ଘଟଣା ଘଟିଲା ସେହିଦିନ ପ୍ରିୟଙ୍କାଙ୍କ ଜନ୍ମଦିନ ଥିଲା। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ