21 କିଲୋ ଗଞ୍ଜେଇ ଜବତ ଗଣେ ଗିରଫ, ଜଣେ ଫେରାର


ବେଲଗୁଣ୍ଠା, 01/06, ଏକ ମୋଟରସାଇକେଲ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବେଲଗୁଣ୍ଠା ପୋଲିସ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ନୟାଗଡ଼ ଜିଲ୍ଳା ଶରଣକୂଳ ଥାନା ଅନ୍ତର୍ଗତ ବଡ଼ ଗୋରଡା ଗ୍ରାମର ପ୍ରଦୀପ ଦଳେଇ ଓରଫ ଦିଲ୍ଲୀପ୍(40) ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଓଡି02ଏଏ8946 ନମ୍ବର୍ ବିଶିଷ୍ଟ ଏକ ୟାମହା ଏକ୍ସ୍ ଜେଡ୍ ମୋଟରସାଇକେଲ୍ ରେ ଗଞ୍ଜେଇ ଚାଲାଣ କରୁଥିଲେ I ଏ ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ପୋଲିସ୍ ମୋଟରସାଇକେଲ୍ କୁ ଜବତ କରିବା ସହ ସେଠାରୁ 21.035 କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିଲା ଏବଂ ଘଟଣାରେ ସଂପୃକ୍ତ ପ୍ରଦୀପକୁ ଗିରଫ କରିଥିଲା I ଘଟଣାରେ ସଂପୃକ୍ତ ଅନ୍ୟଜଣେ ବ୍ୟକ୍ତି ଫେରାର୍ ହେବାରେ ସକ୍ଷମ ହୋଇଥିଲା I ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 232/23 ରେ ଏକ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି I