Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାନ୍ତ କିଶୋରଙ୍କ ସମ୍ପତ୍ତି ୯୬ କୋଟି, ପତ୍ନୀଙ୍କ ପାଖରେ ୧୦୨ କୋଟି! ପ୍ରଥମ ଥର ନିର୍ବାଚନ ମଇଦାନରେ PK

ବିହାରର ବାଙ୍କୀପୁର ଉପ-ନିର୍ବାଚନ ପାଇଁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର ନିଜ ନିର୍ବାଚନୀ ସତ୍ୟପାଠରେ ୯୬ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ସେଥିମଧ୍ୟରୁ ୨୨.୧୯ କୋଟି ଟଙ୍କାର ଅଚଳ ସମ୍ପତ୍ତି ଏବଂ ୭୩.୮୭ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ତାଙ୍କ ପତ୍ନୀ ତଥା ଆସାମର ଚିକିତ୍ସକ ଜାହ୍ନବୀ ଦାସଙ୍କ ନାମରେ ପ୍ରାୟ ୧୦୨ କୋଟି ଟଙ୍କାର ସମ୍ପତ୍ତି ରହିଛି, ଯାହା ପ୍ରଶାନ୍ତ କିଶୋରଙ୍କଠାରୁ ଅଧିକ। ସତ୍ୟପାଠରେ ପ୍ରଶାନ୍ତଙ୍କ ଉପରେ ୫.୭୭ କୋଟି ଟଙ୍କାର ବ୍ୟାଙ୍କ ଋଣ ଥିବା ମଧ୍ୟ ଉଲ୍ଲେଖ ରହିଛି।

ନାମାଙ୍କନ ଦାଖଲ ପୂର୍ବରୁ ପ୍ରଶାନ୍ତ କିଶୋର ସୋନପୁରର ବାବା ହରିହରନାଥ ମନ୍ଦିରରେ ପୂଜା କରିଥିଲେ। ପରେ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ କଲେକ୍ଟରେଟ୍‌ରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଏହା କେବଳ ତାଙ୍କର ନାମାଙ୍କନ ନୁହେଁ, ବରଂ ବିହାରରେ ରାଜନୈତିକ ପରିବର୍ତ୍ତନର ଆରମ୍ଭ। ବାଙ୍କୀପୁର ଆସନରେ ବିଜେପି ପକ୍ଷରୁ ନୀରଜ କୁମାର ସିହ୍ନା ପ୍ରାର୍ଥୀ ହୋଇଥିବା ବେଳେ ପ୍ରଶାନ୍ତ କିଶୋରଙ୍କ ପାଇଁ ଏହା ପ୍ରଥମ ନିର୍ବାଚନୀ ପରୀକ୍ଷା।

ସତ୍ୟପାଠ ଅନୁସାରେ ପ୍ରଶାନ୍ତ କିଶୋରଙ୍କ ନାମରେ ଗାଜିଆବାଦ, ପାଟନା, ଦିଲ୍ଲୀ ଓ ବକ୍ସରରେ ଜମି ଓ ଫ୍ଲାଟ୍ ରହିଛି। ତାଙ୍କ ପତ୍ନୀଙ୍କ ନାମରେ ଗୌହାଟୀ ଓ ନୋଏଡାରେ ସମ୍ପତ୍ତି ରହିଛି। ସେ ‘ବେଦା ଭେଞ୍ଚର ପ୍ରାଇଭେଟ୍ ଲିମିଟେଡ୍’ର ମାଲିକ ହୋଇଥିବା ବେଳେ ଏହି କମ୍ପାନୀ ଜନ ସୁରାଜକୁ ବଡ଼ ଅର୍ଥ ସହାୟତା କରିଥିବା ଉଲ୍ଲେଖ ରହିଛି। ସତ୍ୟପାଠରେ ତାଙ୍କ ନାମରେ ୮ଟି ଆପରାଧିକ ମାମଲା ଥିବା ଦର୍ଶାଯାଇଛି, ତେବେ କୌଣସି ମାମଲାରେ ଏପର୍ଯ୍ୟନ୍ତ ଚାର୍ଜଫ୍ରେମ୍ ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ