ନିର୍ମାଣଧୀନ ବସ ଷ୍ଟାଣ୍ଡ କାର୍ଯ୍ୟ ତଦାରଖ କଲେ ଧର୍ମଗଡ ବିଧାୟକ।
କଳାହାଣ୍ଡି,୧୪/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରେ ନିର୍ମାଣଧୀନ ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଜାରି ରହିଛି। ବିଗତ ସରକାର ସମୟରେ ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ପାଇଁ ପୋଲିସ ହାଉସିଂ ବୋର୍ଡ଼ ଅନୁଦାନ ରେ ଜୈନିକ ଠିକାସଂସ୍ଥା ଆରବିଏସ ଦ୍ୱାରା କାର୍ଯ୍ୟ ଜାରି ରହିଛି। ତେବେ ନୂତନ ବସଷ୍ଟାଣ୍ଡ ନିର୍ବାଚନ ପାଇଁ ଜମି ଅଧିଗ୍ରହଣ ନେଇ ଅନେକ ବିବାଦ ପରେ ପ୍ରଶାସନ ର ହସ୍ତକ୍ଷେପ ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆରବିଏସ ମୂଳ ଠିକାସଂସ୍ଥା କାର୍ଯ୍ୟ ନକରି ଛାୟା ଠିକାଦାର ଦ୍ୱାରା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବିଭାଗୀୟ ଅନୁଦାନ ୬ କୋଟି ୬୯ଲକ୍ଷ ୮୦ ହଜାର ରହିଛି। କାର୍ଯ୍ୟ ଆରମ୍ଭ ୧୯/୧୦/୨୪ ଓ କାର୍ଯ୍ୟ ଆରମ୍ଭ ର ୧୨ ମାସ ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ନୂତନ ଭାବେ ରଖା ଯାଇଥିବା ସୂଚନା ଫଳକ ରେ ଉଲ୍ଳେଖ ରହିଛି। ତେବେ ବିଭିନ୍ନ ସମୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ରେ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସୋମବାର ବସଷ୍ଟାଣ୍ଡ କାର୍ଯ୍ୟ ତଦାରଖ ସହ ବିଭାଗୀୟ ଅଧିକାରୀ ଓ ନିର୍ମାଣ କାରୀ ଠିକାସଂସ୍ଥା ର ସହ କାର୍ଯ୍ୟ ର ତଦାରଖ ସହ ଦିର୍ଘ ସମୟ ଧରି ଆଲୋଚନା କରିଥିଲେ। ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଓ କାର୍ଯ୍ୟ ରେ କୌଣସି ଅନିୟମିତତା କୁ ପ୍ରଶ୍ରୟ ଦିଆ ଯିବନାହିଁ ବୋଳି ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ପୋଲିସ ହାଉସିଂ ବୋର୍ଡ ର ଅଧିକାରୀ, ଓଏସଆରଟିସି ଅଧିକାରୀ ଓ ଠିକା ସଂସ୍ଥାର ଠିକାଦାର ପ୍ରମୁଖ ଉପସ୍ଥିତ ଥିଲେ।

