କୋକସରା ଥାନା ରେ ନୂତନ ଥାନା ଅଧିକାରୀ, ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା।
କଳାହାଣ୍ଡି,୧୪/୦୭
କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ଥାନା ରେ ମଙ୍ଗଳବାର ନୂତନ ଥାନା ଅଧିକାରୀ ଭାବେ ଡମ୍ବରୁଧର ଭର୍ତିଆ ଯୋଗଦାନ କରିଛନ୍ତି। ପୂର୍ବରୁ ଥିବା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଙ୍କୁ ଧର୍ମଗଡ ଥାନା କୁ ବଦଳି ପରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଏସଆଇ ଥିବା ଶ୍ରୀ ଭର୍ତିଆ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ମଙ୍ଗଳବାର କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ସଭାପତି ଶରତ ଚନ୍ଦ୍ର ରାଉତ, ଉପ ସଭାପତି ସନତ କୁମାର ପ୍ରଧାନୀ, ସଦସ୍ୟ ତ୍ରିଲୋକ୍ୟ ବେଶ୍ରା,ବସନ୍ତ ସରାବୁ, ଯଦୁମଣି ଦୁର୍ଗା ପ୍ରମୁଖ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ କୋକସରା ଥାନାଞ୍ଚଳ ରେ ଆଇନ ଶୃଙ୍ଖଳା,ଟ୍ରାଫିକ, ଅପରାଧିକ କାର୍ଯ୍ୟକଳାପ ପ୍ରତି ଦୃଷ୍ଟି ଦେବାକୁ ସାମ୍ବାଦିକ ସଙ୍ଘ ପକ୍ଷରୁ କୁହାଯାଇଛି। ପୋଲିସ ପ୍ରଶାସନ ପ୍ରତି ଜନ ସାଧାରଣ ଙ୍କ ବିଶ୍ଵାସ ଓ ସହଯୋଗ କରିବାକୁ ନୂତନ ଭାବେ ଯୋଗଦେଇ ଥିବା ଥାନା ଅଧିକାରୀ କହିଛନ୍ତି।

