Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୭ ଦିନ ହେଲା ଅନଶନରେ ସୋନମ ୱାଙ୍ଗଚୁକ; ୮.୫ କିଲୋ ଓଜନ କମିଲା, ଅନଶନ ଶେଷ କରିବାକୁ ବିରୋଧୀ ନେତାଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର-ମନ୍ତରରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ମଙ୍ଗଳବାର ୧୭ତମ ଦିନରେ ପହଞ୍ଚିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ୨୮ ଜୁନ୍‌ରୁ ସେ ଅନଶନରେ ବସିଛନ୍ତି। ଲଗାତାର ଅନଶନ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିଥିବାବେଳେ ପ୍ରାୟ ୮.୫ କିଲୋଗ୍ରାମ ଓଜନ କମିଥିବା ସୂଚନା ମିଳିଛି।

ଏବେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ବିରୋଧୀ ନେତା ଓ ବିଶିଷ୍ଟ ବ୍ୟକ୍ତିତ୍ୱ ଚିନ୍ତା ପ୍ରକାଶ କରିଛନ୍ତି। ଅଖିଳେଶ ଯାଦବ, ଉଦ୍ଧବ ଠାକରେ, ମହୁଆ ମୈତ୍ର, ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବହୁ ନେତା ଓ ବଲିଉଡ୍‌ କଳାକାର ସୋନମ ୱାଙ୍ଗଚୁକଙ୍କୁ ଅନଶନ ଶେଷ କରିବାକୁ ଅନୁରୋଧ କରିଛନ୍ତି।

ଏପଟେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ସରକାର ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ପ୍ରତି ଉଦାସୀନ ଥିବା ଅଭିଯୋଗ କରାଯାଇଛି। ଦଳର ସଂସ୍ଥାପକ ଅଭିଜୀତ ଦୀପକେ କହିଛନ୍ତିଯେ, ୱାଙ୍ଗଚୁକଙ୍କ ଜୀବନ ପ୍ରତି ବିପଦ ବଢ଼ୁଥିବାରୁ ସରକାର ତୁରନ୍ତ ଆଲୋଚନା ଆରମ୍ଭ କରି ତାଙ୍କ ଦାବି ଉପରେ ବିଚାର କରିବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ