Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାକରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବ ଆମେରିକା; ଟ୍ରମ୍ପଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ଆମେରିକା ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଇରାକରୁ ନିଜର ଅବଶିଷ୍ଟ ସୈନ୍ୟଙ୍କୁ ପ୍ରତ୍ୟାହାର କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ହ୍ୱାଇଟ୍ ହାଉସରେ ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜାୟାଦିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଇରାକରେ ସ୍ଥାୟୀ ଭାବେ ଆମେରିକୀୟ ସୈନ୍ୟ ମୁତୟନର ଆଉ ଆବଶ୍ୟକତା ନାହିଁ। ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ଇରାକୀ ସୁରକ୍ଷା ବାହିନୀ ସମ୍ଭାଳିବ ବୋଲି ସେ କହିଛନ୍ତି।

୨୦୦୩ରେ ସଦ୍ଦାମ ହୁସେନଙ୍କ ଶାସନର ଅବସାନ ସହ ଆରମ୍ଭ ହୋଇଥିବା ଆମେରିକାର ସାମରିକ ଅଭିଯାନ ପରେ ଏହା ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବିରୋଧୀ ବଡ଼ ଅପରେସନରେ ପରିଣତ ହୋଇଥିଲା। ଟ୍ରମ୍ପ କହିଛନ୍ତି, ଏବେ ଦୁଇ ଦେଶର ସମ୍ପର୍କ କେବଳ ସୁରକ୍ଷାରେ ସୀମିତ ନାହିଁ; ବରଂ ତେଲ, ଶକ୍ତି ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗ ମଜବୁତ ହୋଇଛି। ଆବଶ୍ୟକ ପଡ଼ିଲେ ଆମେରିକା ଇରାକକୁ ସହାୟତା କରିବ, କିନ୍ତୁ ସ୍ଥାୟୀ ସାମରିକ ଉପସ୍ଥିତି ରଖିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ୍) କହିଛି, ୨୦୨୪ରେ ଆମେରିକା ଓ ଇରାକ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଏହି ପ୍ରତ୍ୟାହାର ପ୍ରକ୍ରିୟା କରାଯାଉଛି। ଚୁକ୍ତି ପରଠାରୁ ବହୁ ସଂଖ୍ୟକ ଆମେରିକୀୟ ସୈନ୍ୟ ଇରାକ ଛାଡ଼ି ସାରିଥିବା ବେଳେ ବର୍ତ୍ତମାନ କେବଳ କିଛି ସାମରିକ ପରାମର୍ଶଦାତା ରହିଛନ୍ତି। ୨୦୦୭ରେ ଇରାକରେ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୧.୭ ଲକ୍ଷରୁ ଅଧିକ ଥିଲା। ପରେ ୨୦୧୧ରେ ଅଧିକାଂଶ ସୈନ୍ୟ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ, ୨୦୧୪ରେ ଆଇଏସ୍‌ର ଉତ୍ଥାନ ପରେ ସେମାନେ ପୁଣି ଫେରିଥିଲେ। ବର୍ତ୍ତମାନ ଇରାକର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇଥିବାରୁ ଦୀର୍ଘ ୨୩ ବର୍ଷ ପରେ ଆମେରିକା ନିଜର ସାମରିକ ଅଭିଯାନକୁ ସମ୍ପୂର୍ଣ୍ଣ ବିରାମ ଦେବାକୁ ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ