Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରମ୍ପଙ୍କ ଶୁଳ୍କ ନୀତି ଘୋଷଣା! ରୁଷୀୟ ତୈଳ କ୍ରୟକୁ ନେଇ ଭାରତ-ଚୀନ୍ ପାଇଁ କୋହଳ ଆଭିମୁଖ୍ୟ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ରୁଷରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆମଦାନି କରୁଥିବା ଦେଶମାନଙ୍କ ଉପରେ ଲାଗୁ ହେବାକୁ ଥିବା ଶୁଳ୍କ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ପ୍ରସ୍ତାବିତ ୫୦୦ ପ୍ରତିଶତ ଶୁଳ୍କକୁ ହ୍ରାସ କରି ସର୍ବାଧିକ ୧୦୦ ପ୍ରତିଶତ କରାଯାଇଛି। ଏହାଦ୍ୱାରା ଭାରତ, ଚୀନ୍ ସମେତ ରୁଷରୁ ବହୁ ପରିମାଣରେ ଇନ୍ଧନ ଆମଦାନି କରୁଥିବା ଦେଶମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

ଆମେରିକୀୟ ସିନେଟରମାନଙ୍କ ଦ୍ୱାରା ଉପସ୍ଥାପିତ ସଂଶୋଧିତ ପ୍ରତିବନ୍ଧକ ବିଲ୍‌ରେ ରୁଷ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ସହ ରୁଷିଆନ୍ ଅଧିକାରୀ, ଛାୟା ତୈଳ ଟ୍ୟାଙ୍କର୍ ଏବଂ ବଡ଼ ଶକ୍ତି ପ୍ରକଳ୍ପଗୁଡ଼ିକୁ କଟକଣା ପରିସରକୁ ଆଣାଯାଇଛି। ତେବେ ରୁଷ ତୈଳ ଓ ଗ୍ୟାସ୍ କ୍ରୟ କରୁଥିବା ଦେଶମାନଙ୍କ ଉପରେ ପ୍ରସ୍ତାବିତ କଠୋର ଶୁଳ୍କକୁ କମାଇ ଦିଆଯାଇଛି। ଏହି ପଦକ୍ଷେପକୁ ଟ୍ରମ୍ପ ପ୍ରଶାସନର ଶୁଳ୍କ ନୀତିରେ ଏକ ୟୁ-ଟର୍ଣ୍ଣ ବୋଲି ଦେଖାଯାଉଛି।

ସଂଶୋଧିତ ବିଲ୍‌ ଅନୁଯାୟୀ ରୁଷର ଅଶୋଧିତ ତୈଳର ପ୍ରମୁଖ କ୍ରେତା ଭାବେ ଚୀନ୍, ଭାରତ, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ ରହିଛନ୍ତି। ସେହିପରି ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରରେ ଚୀନ୍, ଫ୍ରାନ୍ସ, ଜାପାନ, ହଙ୍ଗେରୀ ଏବଂ ବେଲଜିୟମ ପ୍ରମୁଖ କ୍ରେତା। ନୂତନ ବ୍ୟବସ୍ଥାରେ ଯେଉଁ ଦେଶ ରୁଷର ମୋଟ ପ୍ରାକୃତିକ ଗ୍ୟାସ୍ ରପ୍ତାନିର ୧୫ ପ୍ରତିଶତରୁ କମ୍ ଆମଦାନି କରୁଛନ୍ତି ଏବଂ ରୁଷ ଉପରେ ନିର୍ଭରଶୀଳତା କମାଇବାକୁ ପଦକ୍ଷେପ ନେଉଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରଖାଯାଇଛି। ଏହା ଫଳରେ ଜାପାନ, ଫ୍ରାନ୍ସ, ହଙ୍ଗେରୀ ଏବଂ ବେଲଜିୟମ ଭଳି ଦେଶ ଆମେରିକୀୟ ପ୍ରତିବନ୍ଧକରୁ ବାଦ ପଡ଼ିବେ। ଏହା ସହ ଟ୍ରମ୍ପଙ୍କୁ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଟକଣାକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଛାଡ଼ ଦେବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories