ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ବେଲଗୁଣ୍ଠା ପାଇଁ ଗୌରବ ଆଣିଲେ କଲ୍ୟାଣି


ବେଲଗୁଣ୍ଠା: ବୁଧବାର ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବେଲଗୁଣ୍ଠାର ଝିଅ ସିଏଚ୍ କଲ୍ୟାଣୀ ପତ୍ର ବେଲଗୁଣ୍ଠା ପାଇଁ ଗୌରବ ଆଣିଛନ୍ତି I କଲ୍ୟାଣୀ ବ୍ରହ୍ମପୁର ନାଳନ୍ଦା ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିବା ବେଳେ ଚଳିତ ବର୍ଷ ପରୀକ୍ଷା ଦେଇ ମୋଟ୍ 600 ନମ୍ବର୍ ରୁ ସର୍ବାଧିକ 547 ନମ୍ବର୍ ଅର୍ଥାତ୍ ଶତକଡ଼ା 91.1 ପ୍ରତିଶତ ମାର୍କ୍ ରଖି ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି I କଲ୍ୟାଣୀ ବେଲଗୁଣ୍ଠାର ସିଏଚ୍ ହରିଶ୍ଚନ୍ଦ୍ର ପାତ୍ର ସିଏଚ୍ ଯଶୋଦା ପାତ୍ରଙ୍କ ସୁପୁତ୍ରୀ ଅଟନ୍ତି I ହରିଶ୍ଚନ୍ଦ୍ର ଜଗନ୍ନାଥପ୍ରସାଦ ବ୍ଳକ୍ ରେ ଜଣେ ସିଆରସିସି ଭାବେ କାର୍ଯ୍ୟକରୁଥିବା ବେଳେ ଯଶୋଦା ଜଣେ ଗୃହିଣୀ ଅଟନ୍ତି I କଲ୍ୟାଣୀ ଦୈନିକ ଆଠରୁ ଦଶ ଘଣ୍ଟା ପାଠ ପଢୁଥିଲେ I ଭବିଷ୍ୟତରେ ସେ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ଯ ରଖିଥିବା କଥା ପ୍ରକାଶ କରିଛନ୍ତି I କଲ୍ୟାଣୀ ନିଜ ସଫଳତାର ସମସ୍ତ ଶ୍ରେୟ ନିଜ ବାପା,ମାଆ,ଦାଦା,ନାଳନ୍ଦା ବିଦ୍ୟା ମନ୍ଦିରର ଭଗବାନ୍ ସାର୍ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ସଦସ୍ୟଙ୍କୁ ଦେଇଚ୍ଥନ୍ତି I