କୁଞ୍ଜl ପାଲି ଆଶ୍ରମ ସ୍କୁଲ ରେ ବନ ମହୋତ୍ସବ ପାଳିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଳl ପଂଚାୟତ କୁଞ୍ଜାପାଳି ଆଶ୍ରମ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି I ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡା ସହକାରୀ ଶିକ୍ଷକ ପ୍ରଶାନ୍ତ ପୁରୋହିତ , ରାଜୀବ ପଧାନ , ନବ କୁମାର ପୋଥାଲ , ବନିତା ରାଉତ , ସୁଜିତ କର୍ମୀ , ଦିଵ୍ୟ ଭଗବାନ ନାଏକ , ଶତାବ୍ଦୀ ପୁରୋହିତ , ରଂଜିତା ପଟେଲ , ଜୟଶ୍ରୀ କର୍ଣ୍ଣ , ରୋଷଣୀ ପଧାନ , ଶମ୍ବୁ ଭୋଇ , ଶିବରାମ ପଧାନ ଓ ସମସ୍ତ ଛାତ୍ରଛାତ୍ରୀ ମିଶି ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟ କରିଥିଲେ l ଇକୋ କ୍ଲବ ର କ୍ୟାପଟେନ ରୀନା ମୁଣ୍ଡା ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ଯାଇ ହାତରେ ପ୍ଲା କାର୍ଡ ଧରି ଗ୍ରାମ୍ୟ ପରିକ୍ରମା କରି ଜନସାଧାରଣ ଙ୍କୁ ବୃକ୍ଷ ରୋପଣ ବିଷୟରେ ସଚେତନତା କରିଥିଲେ I ପରେ ଆମ୍ବ, ବଉଳ, ଓ ନିମ୍ବ ପ୍ରଭୃତି ଶତାଧିକ ଚାରା ରୋପଣ କରାଯାଇଥିଲା I ପରିବେଶ ସୁରକ୍ଷା ରଖିବାକୁ ଯତ୍ନଶୀଳ ହେବାକୁ ସମସ୍ତେ ଶପଥପାଠ କରିଥିଲେ I ଶେଷରେ ସହକାରୀ ଶିକ୍ଷକ ପ୍ରଶାନ୍ତ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ I

